ବରଗଡ:ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିକରି ଦୁଇ ଦିନିଆ ବନ୍ଦ ଡାକରା ଦେଇଛନ୍ତି ପଦ୍ମପୁର ବାସିନ୍ଦା । ପଦ୍ମପୁରର ବିଭିନ୍ନ ସଙ୍ଗଠନ ଏହି ବନ୍ଦ ଡାକରାକୁ ସମର୍ଥନ କରିଥିବା ବେଳେ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ବ୍ଲକରେ ମଧ୍ୟ ଏହାକୁ ସମର୍ଥନ ଜଣାଇ ଦୁଇ ଦିନିଆ ବନ୍ଦ କରାଯାଇଛି l
ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ବିଭିନ୍ନ କ୍ଷେତ୍ରରେ ଅବହେଳା କରାଯାଉଥିବା ବେଳେ ସ୍ଥାନୀୟଲୋକେ ଦୀର୍ଘ ବର୍ଷରୁ ଏହାକୁ ବିରୋଧ କରି ଆସୁଛନ୍ତି । ବିପରୋଧ ସତ୍ତ୍ବେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ବରଗଡ଼ ଜିଲ୍ଲାରୁ ପଦ୍ମପୁରକୁ ଅଲଗା କରାଯାଇ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦିଆଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ବସିନ୍ଦା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ 6 ଗୋଟି ବ୍ଲକ ରହିଥିବା ବେଳେ ପ୍ରାୟତଃ ସମସ୍ତ ବ୍ଲକର ଲୋକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ 120 କିଲୋମିଟର ଦୂରରୁ ଯିବାକୁ ପଡ଼ିଥାଏ । ଅନ୍ୟପଟେ ଏହି ଅଞ୍ଚଳକୁ ପ୍ରଶାସନିକ ଅବହେଳା କରାଯାଉଥିବା ଏବଂ ବିକାଶ କାର୍ଯ୍ୟ ଆଦୌ ହେଉନଥିବା ନେଇ ଅଞ୍ଚଳବାସୀ ଆନ୍ଦୋଳନ କରି ପଦ୍ମପୁର ଜିଲ୍ଲା କରାଯାଉ ବୋଲି ଦାବି କରିଛନ୍ତି । ତେଣୁ ପଦ୍ମପୁରକୁ ଦୁଇଦିନ ଯାଏଁ ବନ୍ଦ ରଖାଯାଇଛି ।