ଓଡିଶା

odisha

ETV Bharat / state

ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ, 4 ମୃତ - ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ

Truck Runs Over Labourers: ନଳକୂପ ଖନନ କରିବାକୁ ଆସିଥିବା ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ । 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ । ଅଧିକ ପଢନ୍ତୁ

ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ
Truck Runs Over Labourers

By ETV Bharat Odisha Team

Published : Jan 18, 2024, 1:09 PM IST

Updated : Jan 18, 2024, 3:32 PM IST

ବରଗଡ଼:ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ । ଗାଡ଼ି ଚକା ତଳେ ଆଖି ବୁଜିଲେ 4 ଶ୍ରମିକ । ବରଗଡ଼ ଜିଲ୍ଲାମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି । ବିଳମ୍ବିତ ରାତିରେ କିଛି ଶ୍ରମିକ ଶୋଇଥିବା ବେଳେ ସେମାନଙ୍କ ଉପରେ ନଳକୂପ ଖନନ ଟ୍ରକ ମାଡି ଯାଇଥିଲା । ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକ ସମସ୍ତ ବାହାର ରାଜ୍ୟର ହୋଇଥିବା ଜଣାପଡିଛି । ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଟ୍ରକ ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ବୁଧବାର) ବିଳମ୍ବିତ ରାତିରେ ବିର୍ଜାମ ଅଞ୍ଚଳରେ ଦୁଇଟି ବୋରୱେଲ ଟ୍ରକ ନଳକୂପ ଖନନ କରୁଥିଲେ । ଗୋଟେ ଟ୍ରକର ତେଲ ଶେଷ ହୋଇଯିବାରୁ ଅନ୍ୟ ବୋରୱେଲ ଟ୍ରକଟି ତେଲ ଆଣିବାକୁ ଯାଇ ଫେରିଥିଲା । ଏହି ସମୟରେ ସେଠାରେ ତଳେ ପାଲ ପକାଇ ଶୋଇଥିବା ଶ୍ରମିକଙ୍କ ଉପରେ ଅଜାଣତରେ ଟ୍ରକଟି ମାଡ଼ି ଯାଇଥିଲା l ଫଳରେ ଘଟଣାସ୍ଥଳରେ 4 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ମେଲଛାମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟ୍ରକ ଡ୍ରାଇଭରକୁ ଅଟକ ରଖାଯାଇଛି l

ତେବେ ମୃତକ ମାନେ ହେଲେ ବାଳାଘାଟ ଜିଲ୍ଲା କୋନକ ଗ୍ରାମର 34 ବର୍ଷୀୟ ଫଗନ ସିଂ ଧୂବେ , ଅଜଗରା ଗ୍ରାମର 23 ବର୍ଷୀୟ ବିଷ୍ଣୁ ମେରବାଇ, ଦାମୋ ଜିଲ୍ଲା ଆମଝୋର ଗ୍ରାମର 21 ବର୍ଷୀୟ ଶଙ୍କର ଆଦାବାସୀ ଓ ଛତିଶଗଡ଼ର 20 ବର୍ଷୀୟ ରାଜେଶ କୁମାର ନେତମ ବୋଲି ଜଣାପଡିଛି । ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଶ୍ରମିକ ଜଣକ ମଧ୍ୟପ୍ରଦେଶର ଡାମ୍ବୁ ଜିଲ୍ଲା ଆଟା ଗ୍ରାମର ବୋଲି ଜଣାପଡ଼ିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ତାମିଲନାଡୁ ରାଜ୍ୟର 49 ବର୍ଷୀୟ ଶ୍ରୀନିବାସନ ସୀତାରମଣ ବୋଲି ଜଣାପଡ଼ିଛି ।

ଅନ୍ୟପଟେ ଆହତ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କେତେ ଦିନ ହେବ ଶ୍ରମିକମାନେ ନଳକୂପ ଖନନ କାର୍ଯ୍ୟରେ ନିୟୋଜିତ ଥିଲେ ସେନେଇ ମଧ୍ୟ ସୂଚନା ହସ୍ତଗତ ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ମୃତକଙ୍କ ପରିଚୟ ପାଇବା ପରେ ପୋଲିସ ସେମାନଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଅବଗତ କରାଇବ ।

ଏହା ମଧ୍ୟ ପଢନ୍ତୁ-ଟ୍ରକ ଧକ୍କାରେ 2 ମୃତ, ଅତାବିରାରେ ଉତ୍ତେଜନା

ଗତ ବର୍ଷ ସେପ୍ଟେମ୍ବର ମାସରେ ଜିଲ୍ଲାର ଅତାବିରାଠାରେ ସଡକ ଦୁର୍ଘଟଣା ଘଟିଥିଲା । ଏଥିରେ 2 ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଉତ୍ତେଜିତ ଲୋକ ଘଟଣାସ୍ଥଳରେ ଜାଳି ଦେବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା ।

ଇଟିଭି ଭାରତ, ବରଗଡ

Last Updated : Jan 18, 2024, 3:32 PM IST

ABOUT THE AUTHOR

...view details