ଓଡିଶା

odisha

ETV Bharat / state

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବରପାଲି ଟେଣ୍ଟ ମାଲିକ ସଂଘ - ଚାଇନା ସାମଗ୍ରୀ ବର୍ଜନ ନେଇ ଲୋକଙ୍କୁ କଲେ ଅନୁରୋଧ

ସହିଦ ଯବାନ ମାନଙ୍କୁ ବରପାଲି ଟେଣ୍ଟ ମାଲିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି । ଚାଇନା ସାମଗ୍ରୀ ବର୍ଜନ ନେଇ ଲୋକଙ୍କୁ କଲେ ଅନୁରୋଧ । ଅଧିକ ପଢନ୍ତୁ.....

Tribute to Shahid Javan on behalf of Barpali Tent Owners Association
ସହିଦ ଯବାନଙ୍କୁ ବରପାଲି ଟେଣ୍ଟ ମାଲିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

By

Published : Jun 23, 2020, 10:04 AM IST

ବରଗଡ : ଭାରତ ଚୀନ ଆକ୍ରମଣକୁ ନେଇ ସାରା ଦେଶରେ ଜଳୁଛି ଅସନ୍ତୋଷର ନିଆଁ । ଗଲୱାନ ଘାଟିରେ ଚୀନ ସୌନ୍ୟଙ୍କ ଆକ୍ରମଣରେ ଭାରତର 20 ଯବାନ ନିହତ ହୋଇଥିଲେ । ଫଳରେ ଚୀନର କାର୍ଯ୍ୟକଳାପକୁ ନିନ୍ଦା କରାଯାଉଛି । ଏ-ନେଇ ବରଗଡର ବରପାଲି ଟେଣ୍ଟ ମାଲିକ ସଂଘ ପକ୍ଷରୁ ମଧ୍ୟ ଚୀନକୁ କଡ଼ା ନିନ୍ଦା କରାଯିବା ସହିତ ଚୀନ ସାମଗ୍ରୀକୁ ବର୍ଜନ କରାଯାଇଛି | ସଂଘ ପକ୍ଷରୁ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇ ଏକ କେଣ୍ଡେଲ ମାର୍ଚ୍ଚ କରାଯାଇଥିଲା । ବରପାଲି ସହର ପରିକ୍ରମା କରି ସ୍ଥାନୀୟ ଗାନ୍ଧୀ ଛକ ଠାରେ ଶହୀଦ ଯବାନ ମାନଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଦିଆଯାଇ ନୀରବ ପ୍ରାର୍ଥନା କରାଯାଇଥିଲା | ପରେ ଚୀନ ଦେଶର ରାଷ୍ଟ୍ରପତିଙ୍କ ଫଟୋକୁ ପୋଡ଼ାଯାଇ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ସହିଦ ଯବାନଙ୍କୁ ବରପାଲି ଟେଣ୍ଟ ମାଲିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଜନସାଧାରଣଙ୍କୁ ଚୀନ ସାମଗ୍ରୀ ବର୍ଜନ କରିବାକୁ ଟେଣ୍ଟ ମାଲିକ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା | ଜିଲ୍ଲାର ସମସ୍ତ ବ୍ଲକ ଗୁଡିକରେ ଟେଣ୍ଟ ମାଲିକଙ୍କ ସଂଗଠନ ପକ୍ଷରୁ ଦେଶର ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

ବରଗଡରୁ ରାଜେଶ ସରାପ ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details