ବରଗଡ: ବରଗଡ ସହରରେ ବେହାଲ ହୋଇପଡିଛି ଟ୍ରାଫିକ ସମସ୍ୟା | ଯାନବାହାନ ବା ପାର୍କିଂର ଅବ୍ୟବସ୍ଥା କାରଣରୁ ନୁହେଁ ବରଂ ସହରର ରାସ୍ତା କଡରେ ବୁଲୁଥିବା ଶହଶହ ଗାଈଗୋରୁଙ୍କ ପାଇଁ ଦେଖା ଦେଇଛି ଏହିଭଳି ଟ୍ରାଫିକ ସମସ୍ୟା | ତେବେ ଏହି ସମସ୍ୟାର ସମାଧାନ ପାଇଁ ନା ତତ୍ପର ଦେଖାଉଛି ଜିଲ୍ଲାପ୍ରଶାସନ ନା ପୌରପରିଷଦ |
ତେବେ ବରଗଡର ରାସ୍ତାଘାଟ ବୁଲା କୁକୁର ଏବଂ ଗାଈଗୋରୁଙ୍କ ଚରାଭୂଇଁ ପାଲିଟିଛି | ଯୁଆଡେ ଦେଖିଲେ ପହ୍ଲପହ୍ଲ ଗାଈଗୋରୁ ରାସ୍ତା ଉପରେ ବୁଲୁଛନ୍ତି । ଫଳରେ ପ୍ରତିଦିନ ସହରରେ ଦୁର୍ଘଟଣା ଘଟୁଛି । କେତେବେଳେ ଦୁର୍ଘଟଣାରେ ଗାଈଗୋରୁ ଆହତ ହେଉଛନ୍ତି ତ ଆଉ କେତେବେଳେ ବାଇକରେ ଯାଉଥିବା ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି | ଗତ ଚାରି ମାସ ମଧ୍ୟରେ ଦୁର୍ଘଟଣାରେ ଜିଲ୍ଲାର ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି |