ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ରେ ଟ୍ରାଫିକ ଜାମ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ଼ ସୋ' କାର୍ଯ୍ୟକ୍ରମ ରହିଥିବା ବେଳେ ଦୀର୍ଘ ଦେଢ ଘଣ୍ଟା ଧରି ବରପାଳି ଗାନ୍ଧୀ ଛକରେ ଦେଖାଯାଇଥିଲା ଟ୍ରାଫିକ ସମସ୍ୟା ।

ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋରେ ଟ୍ରାଫିକ ଜାମ୍

By

Published : Oct 18, 2019, 5:37 AM IST

ବରଗଡ: ବିଜେପୁର ଉପନିର୍ବାଚନର ପ୍ରଚାର ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ ସୋ' କାର୍ଯ୍ୟକ୍ରମ ରହିଥିଲା । ସମୁଦାୟ 30ଟି ଗ୍ରାମକୁ ମୁଖ୍ୟମନ୍ତ୍ରୀ ରୋଡ଼ ସୋ' ଜରିଆରେ ଲୋକଙ୍କ ପାଖରେ ପହଞ୍ଚିଥିଲେ । ଏନେଇ ବରପାଲିଠାରେ ଦେଖାଯାଇଥିଲା ଜନସମୁଦ୍ର ।

ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ ରେ ଟ୍ରାଫିକ ଜାମ୍

ବରପାଲି ଗାନ୍ଧୀ ଛକଠାରେ ବିଜେଡି ଦଳର ଷ୍ଟେଜ ପ୍ରୋଗ୍ରାମ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ଼ ସୋ' କାର୍ଯ୍ୟକ୍ରମ ରହିଥିବା ବେଳେ ଦୀର୍ଘ ଦେଢ ଘଣ୍ଟା ଧରି ବରପାଳି ଗାନ୍ଧୀ ଛକରେ ଦେଖାଯାଇଥିଲା ଟ୍ରାଫିକ ସମସ୍ୟା ।

ଏହାସହ ବରଗଡ଼ ବଲାଙ୍ଗୀର ରାସ୍ତା ଉପରେ ଲୋକଙ୍କ ପ୍ରବଳ ଭିଡ ଯୋଗୁଁ ଉଭୟ ପଟରୁ ଆସୁଥିବା ବହୁ ଯାନବାହାନ ଭିଡ ମଧ୍ୟରେ ଫସି ରହିଥିଲେ । ଉଭୟ ବରଗଡ଼ ଓ ବଲାଙ୍ଗୀର ପଟରୁ ଆସୁଥିବା ବହୁ ଯାତ୍ରୀବାହୀ ବସ ଗୁଡିକ ଯିବା ଆସିବାରେ କଷ୍ଟକର ହୋଇପଡିଥିଲା । ସଙ୍ଗେ ସଙ୍ଗେ ଟ୍ରାଫିକ ପୋଲିସ ଏହାର ସମାଧାନ ପାଇଁ ଲାଗିପଡିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details