ଓଡିଶା

odisha

ETV Bharat / state

ବରଗଡରେ ଟୋକନ ଅବ୍ୟବସ୍ଥା, ଜିଲ୍ଲାପାଳ ଓ ଯୋଗାଣ କାର୍ଯ୍ୟାଳୟ ଅଚଳ କଲେ ଚାଷୀ - ଜିଲ୍ଲାପାଳ ଓ ଯୋଗାଣ କାର୍ଯ୍ୟାଳୟ ଅଚଳ କଲେ ଚାଷୀ

ସମସ୍ୟା ଘେରରେ ଭାତହାଣ୍ଡିର ଚାଷୀ, ଟୋକନ ଅବ୍ୟବସ୍ଥା କାରଣରୁ ଧାନମଣ୍ଡିରେ ପଡିଛି ରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନବସ୍ତା । ସେଥିପାଇଁ ଚାଷୀ ଆନ୍ଦୋଳନ ମୁହାଁ ହୋଇଛି । ଅଧିକ ପଢନ୍ତୁ...

ବରଗଡରେ ଟୋକନ ଅବ୍ୟବସ୍ଥା, ଜିଲ୍ଲାପାଳ ଓ ଯୋଗାଣ କାର୍ଯ୍ୟାଳୟ ଅଚଳ କଲେ ଚାଷୀ
ବରଗଡରେ ଟୋକନ ଅବ୍ୟବସ୍ଥା, ଜିଲ୍ଲାପାଳ ଓ ଯୋଗାଣ କାର୍ଯ୍ୟାଳୟ ଅଚଳ କଲେ ଚାଷୀ

By

Published : Jun 29, 2020, 4:45 PM IST

Updated : Jun 29, 2020, 5:09 PM IST

କଳାହାଣ୍ଡି: ସମସ୍ୟା ଘେରରେ ଭାତହାଣ୍ଡିର ଚାଷୀ, ଟୋକନ ଅବ୍ୟବସ୍ଥା କାରଣରୁ ଧାନମଣ୍ଡିରେ ପଡିଛି ରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନବସ୍ତା । ଚାଷୀର ଘରେ ଓ ମଣ୍ଡିରେ ପଡିରହିଛି ସବୁ ଧାନ ନାଁ ଚାଷୀ ତାର ଧାନ ବିକ୍ରି କରିପାରୁଛି ନାଁ ଖରିଫ ଫସଲ ପାଇଁ ବିଲକୁ ଯାଇପାରୁଛି | ସେଥିପାଇଁ ଚାଷୀ ଆନ୍ଦୋଳନ ମୁହାଁ ହୋଇଛି । ବରଗଡ ଜିଲ୍ଲାପାଳ ଅଫିସ ଓ ଯୋଗାଣ ବିଭାଗ ଅଫିସ ଆଗରେ ଧାନବସ୍ତା ପକାଇ ଆନ୍ଦୋଳନରେ ବସିଛନ୍ତି ଶତାଧିକ ଚାଷୀ ।

ବରଗଡରେ ଟୋକନ ଅବ୍ୟବସ୍ଥା, ଜିଲ୍ଲାପାଳ ଓ ଯୋଗାଣ କାର୍ଯ୍ୟାଳୟ ଅଚଳ କଲେ ଚାଷୀ

ବରଗଡ ଜିଲ୍ଲା ଭେଡେନ ବ୍ଲକ ସାଲେପାଲି, ପ୍ରଧାନପାଳି,ରେଶମ ଇତ୍ୟାଦି ମାର୍କେଟ ୟାର୍ଡ଼ର ଅବ୍ୟବସ୍ଥା ଓ ଟୋକନ ଅବ୍ୟବସ୍ଥା ଯୋଗୁଁ ସୋମବାର ଶହ ଶହ ଚାଷୀ ଜିଲ୍ଲାପାଳ ଓ ଯୋଗାଣ ବିଭାଗ ଅଫିସ ସାମ୍ନାରେ ନିଜ କଷ୍ଟ ଉପାର୍ଜିତ ଧାନକୁ ଗଦା କରି ଆନ୍ଦୋଳନ ଜାରି ରଖିଛନ୍ତି ।

ଚାଷୀ ତାର ଧାନ ଠିକ ସମୟରେ ମଣ୍ଡି କୁ ପହଞ୍ଚାଇଥିଲେ ମଧ୍ୟ ଟୋକନ ଲାପ୍ସ ହୋଇଯାଇଥିବାରୁ ଚାଷୀଙ୍କ ଧାନ ଆଉ ବିକ୍ରି ହୋଇପାରିବ ନାହି ବୋଲି କୁହାଯାଇଛି । ବାଧ୍ୟ ହୋଇ ଚାଷୀ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଛି ।

ଅଳ୍ପ ଦିନ ପରେ ଖରିଫ ଫସଲ ଚାଷ ପାଇଁ ସଜବାଜ ହେଉଥିବା ବେଳେ ଫସଲ ବିକ୍ରିର ସମସ୍ୟା ଚଷା ପୁଅର ହସ ଛଡେଇ ନେଇଛି । ଏହା ସହ ମଣ୍ଡି ଖୋଲିବା ଦିନଠାରୁ ଲଗାତାର ଭାବେ କେତେବେଳେ ଜିଲ୍ଲାପାଳ ଅଫିସ ତ କେତେବେଳେ ଯୋଗାଣ ବିଭାଗ ଅଫିସ ଦୌଡ଼ି ଦୌଡ଼ି ଚାଷୀ ନୟାନ୍ତ ହୋଇଗଲେଣି । ଆଜି ବି ଜିଲ୍ଳାର ବିଭିନ୍ନ ମାର୍କେଟରେ ପ୍ରାୟ 1 ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ ପଡିରହିଥିବା ବେଳେ ପ୍ରାୟ 1 ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ ଚାଷୀ ଘରେ ପଡିରହିଥିବା ଚାଷୀ ଅଭିଯୋଗ କରିଛି । ତେବେ ଚାଷୀଙ୍କ ସମସ୍ୟାର ଶୀଘ୍ର ସମାଧାନ କରାନଗଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Jun 29, 2020, 5:09 PM IST

ABOUT THE AUTHOR

...view details