ଓଡିଶା

odisha

ETV Bharat / state

Azadi ka Amrit Mahotsav: ବରଗଡ଼ବାସୀଙ୍କ ତ୍ରିରଙ୍ଗା ଯାତ୍ରା - ବରଗଡ଼ବାସୀଙ୍କ ତ୍ରିରଙ୍ଗା ଯାତ୍ରା

ଆଜାଦି କା ଅମୃତ ମହୋତ୍ସବ ଅବସରରେ ବରଗଡ଼ ସହରରେ ତ୍ରିରଙ୍ଗା ଯାତ୍ରା ଆୟୋଜିତ । ଅଧିକ ପଢ଼ନ୍ତୁ

triranga rally in bargarh for har ghar triranga campaign
Azadi ka Amrit Mahotsav: ବରଗଡ଼ବାସୀଙ୍କ ତ୍ରିରଙ୍ଗା ଯାତ୍ରା

By

Published : Aug 7, 2022, 9:18 PM IST

ବରଗଡ଼: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ପାଳୁଛି ଆଜାଦି କା ଅମୃତ ମହୋତ୍ସବ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଆହ୍ବାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ତ୍ରିରଙ୍ଗା ପତାକା ଧରି ସହର ପରିକ୍ରମା କରିଛନ୍ତି l

ବରଗଡ଼ବାସୀଙ୍କ ତ୍ରିରଙ୍ଗା ଯାତ୍ରା

ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ପୋଲିସ ବାହିନୀ, ଅବସରପ୍ରାପ୍ତ ସୁରକ୍ଷାକର୍ମୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ମହିଳା ସଙ୍ଗଠନ ଏବଂ ବହୁ ଅଗ୍ରଣୀ ସଙ୍ଗଠନ ସାମିଲ ହୋଇଥିଲେ । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ବରଗଡ଼ ଏସପି ପରମାର ସ୍ମିତ ପୁରୋଶତ୍ତମ ତ୍ରିରଙ୍ଗା ଯାତ୍ରାକୁ ଉଦଘାଟନ କରିଥିଲେ । ଏହାପରେ ଏକତ୍ରିତ ହୋଇ ବରଗଡ଼ ସହର ପରିକ୍ରମା କରିଥିଲେ ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details