ଓଡିଶା

odisha

ETV Bharat / state

ବରଗଡରେ ବୁଲୁଛି ବାଘ, ସତର୍କ କଲା ବନବିଭାଗ

ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକରେ ବାରପାହାଡ଼ ନିକଟ ଗଙ୍ଗେଇ ଗ୍ରାମରେ ବାଘ ଆତଙ୍କ । ଏନେଇ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ । ଅଧିକ ପଢନ୍ତୁ

ବରଗଡରେ ବାଘ ଆତଙ୍କ
ବରଗଡରେ ବାଘ ଆତଙ୍କ

By ETV Bharat Odisha Team

Published : Dec 3, 2023, 8:34 AM IST

Updated : Dec 3, 2023, 10:45 AM IST

ବରଗଡରେ ବୁଲୁଛି ବାଘ

ବରଗଡ:ଦିନକୁ ଦିନ ବଢି ଚାଲିଛି ବାଘ ଆତଙ୍କ । ଏନେଇ ଆତଙ୍କିତ ଅବସ୍ଥାର ରହୁଛନ୍ତି ଗାଁ ଲୋକେ । ତେବେ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକରେ ବାରପାହାଡ଼ ନିକଟ ଗଙ୍ଗେଇ ଗ୍ରାମରେ ବାଘ ଆତଙ୍କ ଦେଖାଦେଇଛି । ଗତ ମାସ ଏହି ଅଞ୍ଚଳରେ ବାଘର ପାଦ ଚି଼ହ୍ନ ଲୋକେ ଦେଖିଥିବା ବେଳେ ଏନେଇ ବନଖଣ୍ଡ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଥିଲା । ହେଲେ ମାସକ ପରେ ପୁଣି ବାଘର ଚଳପ୍ରଚଳ ଏବଂ ସମ୍ବରକୁ ବାଘ ମାରି ଖାଇବା ଘଟଣା ବରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି l ଗଙ୍ଗେଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ବାରହାର ମୃତଦେହ ପଡ଼ିଥିବା ବେଳେ ନିକଟରେ ବାଘର ପାଦ ଚି଼ହ୍ନ ମଧ୍ୟ ପଡ଼ିଥିବା ଲୋକେ ଦେଖିଛନ୍ତି । ଏନେଇ ବନ ବିଭାଗକୁ ଗ୍ରାମବାସୀ ଖବର ଦେବା ପରେ ଘଟଣାସ୍ଥଳକୁ ବନ କର୍ମଚାରୀ ପହଞ୍ଚି ତଦନ୍ତ କରିଛନ୍ତି ।

ସୁଚନା ମୁତାବକ, ଜିଲ୍ଲାର ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ବାରପାହାଡ ପରିବେଷ୍ଟିତ ଗଙ୍ଗେଇ ଗ୍ରାମକୁ ଲାଗି ରହିଥିବା ଲାମେଣ୍ଡ ଓ ଭାଲୁଡୁଙ୍ଗର ଜଙ୍ଗଲରେ ଗତ ଦୁଇଦିନ ହେବ ମହାବଳ ବାଘର ଚଳପ୍ରଚଳ ଏବଂ ଗର୍ଜନ ଗଙ୍ଗେଇ ଗ୍ରାମର ଲୋକମାନଙ୍କ ନିଦ ହଜାଇ ଦେଇଛି । ତେବେ ସମ୍ବର, ବାରହା ଆଦି ଜଙ୍ଗଲୀ ଜନ୍ତୁମାନଙ୍କ ଦୌରାତ୍ମ୍ୟ ପାଇଁ ଧାନଫସଲ ଜଗିବାକୁ କ୍ଷେତରେ ସୁଉଚ୍ଚ ଭାଡିରେ ଜଗୁଆଳି ମାନେ ରାତିରେ ଜଗିଥାନ୍ତି l ମାତ୍ର ବାଘ ଭୟରେ ଆଉ ଘରୁ ବାହାରକୁ ପାଦ କାଢୁ ନାହାନ୍ତି କେହି l ଅମ୍ବାଭୋନା ବନ କର୍ମଚାରୀମାନେ ମଧ୍ୟ ସଜାଗ ରହିବାକୁ ଗଙ୍ଗେଇ ଗ୍ରାମବାସୀଙ୍କୁ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ - ଗଜପତି ଡେଇଁ ରାୟଗଡାରେ ମହାବଳ, ପାଦ ଚିହ୍ନ ଠାବ କଲା ବନ ବିଭାଗ

ଗତ ଅକ୍ଟୋବର ମାସ ୩୦ ତାରିଖ ଗଙ୍ଗେଇ ଗ୍ରାମରେ କେବଳ ବାଘର ପାଦଚିହ୍ନ ଦେଖି ଲୋକେ ଭୟଭୀତ ରହିଥିଲେ ମାତ୍ର ବର୍ତ୍ତମାନ ଜଙ୍ଗଲରେ ପଡିରହିଥିବା ସମ୍ବରର ଅର୍ଦ୍ଧ ମୃତଦେହ ବାଘର ଶିକାର ହୋଇଥିବା ଅନୁମାନ କରାଯାଉଛି । ଏ ସମ୍ବନ୍ଧରେ ବନକର୍ମଚାରୀଙ୍କୁ ପଚରାଯିବାରୁ ଦୁଇଦିନ ତଳେ ଗଙ୍ଗେଇ ଗ୍ରାମରେ ରାତି ସମୟରେ ବାଘର ଚଳପ୍ରଚଳ ରହିଥିବା ନେଇ ସୂଚନା ଦେଇଥିଲେ । ସମ୍ବର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ବାଘ ଯେପରି ଶିକାର କରିଥାଏ ସେପରି ଭାବେ ସମ୍ବରକୁ ଆକ୍ରମଣ ହୋଇଛି ବୋଲି ବନ ବିଭାଗ ପକ୍ଷରୁ ଜଣାପଡିଛି l ତେବେ ଆଖପାଖ ଅଞ୍ଚଳରେ ରହିଥିବା ଗ୍ରାମମାନଙ୍କରେ ବାଘର ଆତଙ୍କ ଖେଲିଯାଇଥିବା ବେଳେ ଲୋକେ ସନ୍ଧ୍ୟା ହେଲେ ଘରର କବାଟ ଦ୍ୱାର ବନ୍ଦ କରି ଘର ଭିତରୁ ଆଉ ପଦାକୁ ବାହାରୁ ନାହାନ୍ତି l


ଇଟିଭି ଭାରତ, ବରଗଡ

Last Updated : Dec 3, 2023, 10:45 AM IST

ABOUT THE AUTHOR

...view details