ଓଡିଶା

odisha

ETV Bharat / state

ଅତାବିରା ମାର୍କେଟ ଯାର୍ଡ଼ରେ ପଡି ରହିଛି ହଜାର ହଜାର ବସ୍ତା ଧାନ, ଚିନ୍ତାରେ ଭାତହାଣ୍ଡି ଚାଷୀ - sacks of paddy

ଅତାବିରା ଧାନ ମଣ୍ଡିରେ ପଡି ରହିଛି ହଜାର ହଜାର ବସ୍ତା ଧାନ ହେଲେ ପ୍ରତିଦିନ ମାତ୍ର 30ରୁ 35 ଜଣ ଚାଷୀଙ୍କ ଧାନ ମିଲକୁ ଯାଉଛି । ତାହା ପୁଣି ବିନା ସିରିଏଲ ନମ୍ବରରେ ଯାହାକୁ ନେଇ ଅଭିଯୋଗ କରିଛନ୍ତି ଚାଷୀ ।

thousands-of-sacks-of-paddy-are-lying-in-the-yard-of-atabira-market
ଅତାବିରା ମାର୍କେଟ ଯାର୍ଡ଼ରେ ପଡିରହିଛି ହଜାର ହଜାର ବସ୍ତା ଧାନ, ଚିନ୍ତାରେ ଭାତହାଣ୍ଡିର ଚାଷୀ

By

Published : Jun 9, 2020, 5:46 AM IST

ବରଗଡ: ଜିଲ୍ଲାରେ ରବି ଫସଲର ଧାନ ସଂଗ୍ରହ ପ୍ରକ୍ରିୟାକୁ ଗୋଟେ ମାସ ବିତି ଗଲାଣି ମାତ୍ର ଆଜି ମଧ୍ୟ ସମସ୍ତ ଧାନ ମଣ୍ଡି ମାନଙ୍କରେ ପଡିରହିଛି ହଜାର ହଜାର ବସ୍ତା ଧାନ । ଭାତହାଣ୍ଡିର ଚାଷୀ ନିଜ ଅମଳ ଧାନ ବିକ୍ରି କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏବେ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଅଭାବି ଧାନ ବିକ୍ରି। ଅତାବିରା ଧାନ ମଣ୍ଡିରେ ପଡି ରହିଛି ହଜାର ହଜାର ବସ୍ତା ଧାନ ହେଲେ ପ୍ରତିଦିନ ମାତ୍ର 30ରୁ 35 ଜଣ ଚାଷୀଙ୍କ ଧାନ ମିଲକୁ ଯାଉଛି । ତାହା ପୁଣି ବିନା ସିରିଏଲ ନମ୍ବରରେ ଯାହାକୁ ନେଇ ଅଭିଯୋଗ କରିଛନ୍ତି ଚାଷୀ ।

ଅତାବିରା ମାର୍କେଟ ଯାର୍ଡ଼ରେ ପଡିରହିଛି ହଜାର ହଜାର ବସ୍ତା ଧାନ, ଚିନ୍ତାରେ ଭାତହାଣ୍ଡିର ଚାଷୀ

ବରଗଡ ଜିଲ୍ଲା ଅତାବିରା ମାରକେଟ ଯାର୍ଡରେ ଚାଷୀଙ୍କ ଧାନ ଟୋକାନ ବ୍ୟବସ୍ଥା ହିସାବରେ ଯାଉନଥିବା ଅଭିଯୋଗ ହୋଇଛି । ଟୋକାନ ଥିବା ବ୍ୟକ୍ତି 15 ଦିନରୁ ତାଙ୍କର ଧାନ ମଣ୍ଡିରେ ପକାଇ ରଖିଥିଲେ ମଧ୍ୟ ଧାନ ଉଠୁନଥିବା ବେଳେ ବଡବଡିଆ ଚାଷୀ ମାନଙ୍କର ଧାନ ବେନିୟମ ଭାବରେ ଶୀଘ୍ର ବିକ୍ରି କରାଯାଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ତେବେ ଅଦିନିଆ ବର୍ଷା କାରଣରୁ ବହୁ ଗରିବ ଚାଷୀଙ୍କ ଧାନ ସବୁ ବର୍ଷା ପାଣିରେ ଭିଜି ନଷ୍ଟ ହୋଇଯାଉଥିଉବା ବେଳେ କିନ୍ତୁ ଚାଷୀ ନେତାଙ୍କୁ ଆଗୁଆ ସୁବିଧା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ ।

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

ABOUT THE AUTHOR

...view details