ଓଡିଶା

odisha

ETV Bharat / state

ଚିକିତ୍ସାରେ ଅବହେଳା ଯୋଗୁଁ ବରଗଡରେ ଗଲା ଯୁବକଙ୍କ ପ୍ରାଣ ! - due to medical negligence young man died

ବରଗଡ ମୁଖ୍ୟ ଚିକିତ୍ସାଳୟରେ ଗତକାଲି(ବୁଧବାର) ଡାକ୍ତରଙ୍କ ଅବହେଳା ଯୋଗୁଁ ମା’ ଛୁଆଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି । ଯାହାଫଳରେ ଡାକ୍ତରଖାନା ସମ୍ମୁଖରେ ଦେଖାଦେଇଥିଲା ଉତ୍ତେଜନା । ମାତ୍ର ଆଜି ପୁଣି ବରଗଡ଼ ଖେଦାପାଲି ଜ଼ିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା କାରଣରୁ ଆଉ ଜଣେ 22 ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମନାକୁ ଆସିଛି ।

ଚିକିତ୍ସାରେ ଅବହେଳା ଯୋଗୁଁ ଆଜି ପୁଣି ବରଗଡ ଡାକ୍ତରଖାନାରେ ଗଲା ଯୁବକଙ୍କ ପ୍ରାଣ
ଚିକିତ୍ସାରେ ଅବହେଳା ଯୋଗୁଁ ଆଜି ପୁଣି ବରଗଡ ଡାକ୍ତରଖାନାରେ ଗଲା ଯୁବକଙ୍କ ପ୍ରାଣ

By

Published : Nov 26, 2020, 10:59 PM IST

Updated : Nov 26, 2020, 11:07 PM IST

ବରଗଡ: ବରଗଡ ମୁଖ୍ୟ ଚିକିତ୍ସାଳୟରେ ଗତକାଲି(ବୁଧବାର) ଡାକ୍ତରଙ୍କ ଅବହେଳା ଯୋଗୁଁ ମା’ ଛୁଆଙ୍କ ଜୀବନ ଚାଲିଯାଇଥିଲା ଅଭିଯୋଗ ହୋଇଥିଲା । ଯାହାଫଳରେ ଡାକ୍ତରଖାନା ସମ୍ମୁଖରେ ଦେଖାଦେଇଥିଲା ଉତ୍ତେଜନା । ମାତ୍ର ଆଜି ପୁଣି ବରଗଡ଼ ଖେଦାପାଲି ଜ଼ିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା କାରଣରୁ ଆଉ ଜଣେ 22 ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମନାକୁ ଆସିଛି ।

ଚିକିତ୍ସାରେ ଅବହେଳା ଯୋଗୁଁ ବରଗଡରେ ଗଲା ଯୁବକଙ୍କ ପ୍ରାଣ

ବାଇକରେ ଯାଉଥିବା ବେଳେ ଜମୁର୍ଡା ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା 16 ନମ୍ବର ୱାର୍ଡର 22 ବର୍ଷୀୟ ଯୁବକ କ୍ରୀଷ୍ଣା ସୁନାଙ୍କୁ ଚିକିତ୍ସା ପାଇଁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ମାତ୍ର, ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀମାନେ ପ୍ରଥମେ କୋଭିଡ଼ ଟେଷ୍ଟ କରାଗଲେ ଯାଇ ଚିକିତ୍ସା କରିବେ ବୋଲି କହିବାରୁ ଚିକିତ୍ସାରେ ବିଳମ୍ବ ହୋଇଥିଲା । ତେବେ ଗୁରୁତର ଅବସ୍ଥାରେ ଥିବା ଯୁବକଙ୍କ ଶୀଘ୍ର ଚିକିତ୍ସା କରାନଯିବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମୃତ ମୃତଦେହକୁ ହସ୍ପିଟାଲ ଆଗରେ ରଖି ଆନ୍ଦୋଳନରେ ବସିଥିବା ବେଳେ ଉତ୍ତେଜନା ବଢିବାକୁ ଲାଗିଛି । ଡାକ୍ତରଖାନାରେ ବାରମ୍ବାର ହେଉଥିବା ଅବହେଳାକୁ ନେଇ ଉତ୍ୟକ୍ତ ଲୋକେ ଡାକ୍ତରଖାନା ସମ୍ମୁଖରେ ଟାୟାର ଜାଳି ଆନ୍ଦୋଳନ ଜାରି ରଖିଛନ୍ତି।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

Last Updated : Nov 26, 2020, 11:07 PM IST

For All Latest Updates

ABOUT THE AUTHOR

...view details