ବରଗଡ଼: ବରଗଡ଼ ଟାଉନରେ ପୁଣି ଏକ ହତ୍ୟାକାଣ୍ଡ । ବାନ୍ଦୁଟିକିରା ଛକ ନିକଟରେ ଥିବା ସୁଧା କ୍ଲିନିକ ସମ୍ମୁଖରେ ଜଣେ ଯୁବକଙ୍କ ମୃତ ଦେହ ନାଳ ଭିତରେ ପଡ଼ିଥିବା ଆଜି ଭୋରରୁ ଦେଖିବାକୁ ମିଳିଥିଲା । ତେବେ ସ୍ଥାନୀୟ ଲୋକେ ଦେଖି ଟାଉନ ପୋଲିସକୁ ଖବର ଦେବାପରେ ଘଟଣା ସ୍ଥଳକୁ ପୋଲିସ ପହଁଚି ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଥିଲା ।
ନାଳରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ - dead body was found in the drain
ବାନ୍ଦୁଟିକିରା ଛକ ନିକଟରେ ଥିବା ସୁଧା କ୍ଲିନିକ ସମ୍ମୁଖରେ ଥିବା ନାଳ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଏହା ଏକ ହତ୍ୟାକାଣ୍ଡ ହୋଇଥିବା ବେଳେ ତଦନ୍ତ ଜାରି ରଖିଛି ଟାଉନ ଥାନା ପୋଲିସ । ଅଧିକ ପଢନ୍ତୁ...

ନାଳରୁ ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ
ନାଳରୁ ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ
ମୃତ ଯୁବକ ଜଣକ ଖଜୁରଟିକିରା ପଡ଼ାର ରାଜୁ ମହାରଣା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହା ଏକ ହତ୍ୟାକାଣ୍ଡ ହୋଇଥିବା ବେଳେ କେଉଁ କାରଣରୁ ହତ୍ୟା କରାଯାଇଛି ତାହା ଏଯାବତ ସ୍ପଷ୍ଟ ହୋଇ ନାହିଁ । ଏନେଇ ଅଧିକ ତଦନ୍ତ ଜାରି ରଖିଛି ଟାଉନ ଥାନା ପୋଲିସ ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ