ଓଡିଶା

odisha

ETV Bharat / state

ଗାଇସିଲେଟରେ ସାମାଜିକ ବାସନ୍ଦ ଘଟଣା, ଅଭିଯୋଗକୁ ଖଣ୍ଡନ କଲା ପୋଲିସ - Villagers protest against social stigma

ଝିମିଟି ଖେଳରୁ ମହାଭାରତ ପରି ଛୋଟ ଗଣ୍ଡଗୋଳକୁ ନେଇ ଗାଁରେ 60 ପରିବାରକୁ ସାମାଜିକ ବାସନ୍ଦ କରିଛନ୍ତି ଗ୍ରାମବାସୀ । ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ନେଇ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଉଠିଥିଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

60 ପରିବାରଙ୍କୁ ସାମାଜିକ ବାସନ୍ଦ ନେଇ ଧାରଣାରତ ଗ୍ରାମବାସୀ, ଅଭିଯୋଗକୁ ଖଣ୍ଡନ କଲା ପୋଲିସ
60 ପରିବାରଙ୍କୁ ସାମାଜିକ ବାସନ୍ଦ ନେଇ ଧାରଣାରତ ଗ୍ରାମବାସୀ, ଅଭିଯୋଗକୁ ଖଣ୍ଡନ କଲା ପୋଲିସ

By

Published : Jul 11, 2021, 7:11 AM IST

ବରଗ଼ଡ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୌରେନମୁଣ୍ଡା ଗାଁରୁ ଗଣ୍ଡପଡାବାସୀଙ୍କୁ ବାସନ୍ଦ କରିବା ଘଟଣା ତୀବ୍ରତର ହେବାପରେ ବହୁସଙ୍ଖ୍ୟାରେ ଦଳିତ ପରିବାର ଗାଇସିଲେଟ ଥାନା ଘେରାଉ କରିଥିଲେ । ତେବେ ତଦନ୍ତ ପରେ ଶନିବାର ପଦ୍ମପୁର SDPO ପ୍ରଦୀପ ସାହୁ ନିଜର ପ୍ରତିକ୍ରିୟାରେ ସାମୁହିକ ବାସନ୍ଦ ନୁହେଁ ଏହା ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ବୋଲି ସୂଚନା ଦେଇଛନ୍ତି ।

60 ପରିବାରଙ୍କୁ ସାମାଜିକ ବାସନ୍ଦ ନେଇ ଧାରଣାରତ ଗ୍ରାମବାସୀ, ଅଭିଯୋଗକୁ ଖଣ୍ଡନ କଲା ପୋଲିସ

ସୂଚନାନୁଯାୟୀ ଗାଇସିଲେଟ ଥାନା ଅନ୍ତର୍ଗତ ଗୌରନମୁଣ୍ଡା ଗାଁରେ ଛୋଟ ଗଣ୍ଡଗୋଳକୁ ନେଇ ଗ୍ରାମରେ ଦୁଇ ଗୋଷ୍ଠୀ ହୋଇ ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ ଗଣ୍ଡଗୋଳ ବଢିଯାଇଥିଲା ଯାହାକି ପରବର୍ତ୍ତୀ ସମୟରେ ସାମାଜିକ ବାସନ୍ଦ ପରି ଅଭିଯୋଗ ନେଇ ଗାଇସିଲେଟ ଥାନାକୁ ଘେରାଉ କରିଛନ୍ତି ଗୌରନମୁଣ୍ଡା ଗ୍ରାମର ଶତାଧିକ ଦଳିତ ପରିବାର ।

ସେପଟେ ପଦ୍ମପୁର SDPO କହିଛନ୍ତି କି ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ଆନ୍ଦୋଳନରୁ ଲୋକେ ଉଠିଥିଲେ । ଏନେଇ SDPO ପ୍ରଦୀପ ସାହୁ ତଦନ୍ତ କରି ଏହା ସାମାଜିକ ବାସନ୍ଦ ନୁହେଁ ବରଂ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details