ବରଗଡ: ବରଗଡ ଚିନି କାରଖାନା ବନ୍ଦ ହେବା ପରେ ଜଣେ କର୍ମଚାରୀଙ୍କ ଅନାହାର ମୃତ୍ୟୁ ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସାରା ଜୀବନ ଚିନି କାରଖାନାରେ କର୍ମଚାରୀ ଭାବେ କାର୍ଯ୍ୟ କରି ଅବସର ନେଇଥିବା ରାଧେଶ୍ୟାମ ପାଣ୍ଡେଙ୍କ ଚିକିତ୍ସା ଓ ଖାଦ୍ୟାଭାବ କାରଣରୁ ମୃତ୍ୟୁ ହୋଇଛି ।
ବରଗଡ ଚିନି କାରଖାନା ବନ୍ଦ ହୋଇଯିବା ପରେ ରାଧେଶ୍ୟାମଙ୍କୁ ତାଙ୍କର ଜିପିଏଫ ଏବଂ ପେନସନ ଦିଆନଯିବାରୁ ସେ ବହୁ ଅସୁବିଧାରେ ଚଲୁଥିଲେ । ସ୍ଥାନୀୟ ବାସିନ୍ଦା ମଧ୍ୟ କାରଖାନା କର୍ତ୍ତୃପକ୍ଷଙ୍କୁ ବହୁ ବିନତୀ କରିଥିଲେ ମାତ୍ର କୌଣସି ସୁଫଳ ମିଳିନଥିଲା ଶେଷରେ ଲକଡାଉନ ସମୟରେ ମଧ୍ୟ କୌଣସି ସହାୟତା ନମିଳିବାରୁ ଖାଇବା ପିଇବା ନପାଇ ପ୍ରାଣ ହରାଇଲେ ରାଧେଶ୍ୟାମ ।