ଓଡିଶା

odisha

By

Published : Sep 10, 2020, 7:16 PM IST

ETV Bharat / state

ନିଷ୍ଠା ପରିବାର ପାଇଁ ନିଜ ପରିଜନଙ୍କ ଗହଣରେ ପହଞ୍ଚିଲେ ଅସହାୟ ବୃଦ୍ଧ

ମାନସିକ ଭାରସାମ୍ୟ ହରାଇ ରାସ୍ତା କଡରୁ ଅସହାୟ ଅବସ୍ଥାରେ ନିଷ୍ଠା ପରିବାର ଉଦ୍ଧାର କରିଥିବା ବୃଦ୍ଧ ନିଜ ଘରକୁ ଫେରିପାରିଲେ । ଯାହାକୁ ନେଇ ନିଷ୍ଠା ପରିବାରର ସମସ୍ତ ସଦସ୍ୟ ଖୁସି ଅନୁଭବ କରିଛନ୍ତି । ଅଧିକ ପଢନ୍ତୁ...

The helpless old man reached to his family
ନିଷ୍ଠା ପରିବାର ପାଇଁ ନିଜ ପରିଜନଙ୍କ ଗହଣରେ ପହଞ୍ଚିଲେ ଅସହାୟ ବୃଦ୍ଧ

ବରଗଡ: ମାନସିକ ଭାରସାମ୍ୟ ହରାଇ ରାସ୍ତା କଡରୁ ଅସହାୟ ଅବସ୍ଥାରେ ନିଷ୍ଠା ପରିବାର ଉଦ୍ଧାର କରିଥିବା ବୃଦ୍ଧ ନିଜ ଘରକୁ ଫେରିପାରିଲେ । ଯାହାକୁ ନେଇ ନିଷ୍ଠା ପରିବାରର ସମସ୍ତ ସଦସ୍ୟ ଖୁସି ଅନୁଭବ କରିଛନ୍ତି ।

କିଛିଦିନ ପୂର୍ବରୁ ନିଷ୍ଠା ପରିବାର ସଦସ୍ୟ ସୌମ୍ୟରଞ୍ଜନ ବେହେରା, ହେମନ୍ତ ମହାକୁରଙ୍କ ଠୁ ଖବର ପାଇ ଜଣେ ଅସହାୟଙ୍କୁ ଉଦ୍ଧାର କରିଥିଲା ନିଷ୍ଠା ପରିବାର । ତେବେ ବୃଦ୍ଧଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଲିଭା ଘର ବୃଦ୍ଧାଶ୍ରମରେ ଥଇଥାନ କରାଯାଇଥିଲା । ଏହି ଖବର ପ୍ରସାରିତ ହେବା ପରେ ବୃଦ୍ଧଙ୍କ ପରିବାର ଲୋକେ ବୁର୍ଲାରୁ ଆସି ତାଙ୍କୁ ନିଜ ଘରକୁ ନେଇଛନ୍ତି ।

ନିଷ୍ଠା ପରିବାର ପାଇଁ ନିଜ ପରିଜନଙ୍କ ଗହଣରେ ପହଞ୍ଚିଲେ ଅସହାୟ ବୃଦ୍ଧ

ନିଜ ମାଆଙ୍କର ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ଏଣେତେଣେ ବୁଲୁଥିବା ସମ୍ବଲପୁର ଜିଲ୍ଲା ବୁର୍ଲା NAC ର ଏହି ବ୍ୟକ୍ତି ଜଣକ ବରଗଡ ଜିଲ୍ଲାରେ ଦୀର୍ଘ ମାସରୁ ବୁଲୁଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କଲାପରେ ମଧ୍ୟ ପାଇନଥିଲେ । ହେଲେ ନିଷ୍ଠା ପରିବାରର ମହତ କାମ ପାଇଁ ଗୁରୁବାର ସେ ନିଜ ଘର ପରିବାର ଲୋକଙ୍କ ନିକଟରେ ସୁରକ୍ଷିତ ଅଛନ୍ତି । ଯାହାକୁ ନେଇ ପରିବାର ଲୋକେ ନିଷ୍ଠା ପରିବାରକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details