ବରଗଡ: ନୟାଗଡର ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ସାରା ରାଜରେ ହଇଚଇ ସୃଷ୍ଟି ହୋଇପଡିଥିବା ବେଳେ ବରଗଡ ଜିଲ୍ଲାରେ ମଧ୍ୟ ଏହାର ପ୍ରବଳ ପ୍ରତିକ୍ରିୟା ଦେଖିବାକୁ ମିଳିଛି | ଏହି ନିଷ୍ପାପ ଓ ନିର୍ଦୋଷ ଶିଶୁ ହତ୍ୟାକାଣ୍ଡ ଘଟଣାରେ ଚାଲିଥିବା ରାଜନୈତିକ ସୁରକ୍ଷାକୁ ବରଗଡରେ ନିନ୍ଦା କରାଯାଇଛି | ବରଗଡରେ ମହିଳା ମାନେ ମଧ୍ୟ ଏହି ଘଟଣାର ପ୍ରବଳ ପ୍ରତିବାଦ କରିଛନ୍ତି |
ବରଗଡରେ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କଲା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା - ମନ୍ତ୍ରୀ ଅରୁଣ ସାହୁ
ପରୀ ହତ୍ୟାକାଣ୍ଡ ଘଟଣାରେ ବରଗଡ ଜିଲ୍ଲାରେ ମଧ୍ୟ ଏହାର ପ୍ରବଳ ପ୍ରତିକ୍ରିୟା । ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା । ପଢନ୍ତୁ ଅଧିକ......
ବରଗଡରେ ମନ୍ତ୍ରୀ ଅରୁଣ ସାହୁଙ୍କ କୁଷପୁତଳିକା ଦାହ କଲା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା
ଆଜି ବରଗଡ ଗାନ୍ଧୀଛକ ଠାରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତୁଳିକା ଦାହ କରିଛି ଭାରତୀୟ ଜନତାପାର୍ଟି ମହିଳା ମୋର୍ଚ୍ଚା । ଦୋଷୀକୁ ଦଣ୍ଡ ଦେବା ସହ ସିବିଆଇ ତଦନ୍ତ ଦାବି କରି ବିଭିନ୍ନ ନାରାବାଜି କରି ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତୁଳିକା ଦାହ କରି ପ୍ରତିବାଦ କରଛନ୍ତି ମୋର୍ଚ୍ଚାର ସଦସ୍ୟ ମାନେ । ଯଦି ପରିକୁ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଅବରୋଧ କରିବେ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।
ବରଗଡରୁ ରାଜେଶ ସରାପ. ଇଟିଭି ଭାରତ