ଓଡିଶା

odisha

ETV Bharat / state

ବରଗଡରେ ଆରମ୍ଭ ହେଲା ବିଜେପିର କମ୍ୟୁନିଟି କିଚେନ ଅଭିଯାନ - Coronavirus news

ବରଗଡ଼ ବିଜେପି ପକ୍ଷରୁ ଏହି ଲକଡାଉନ ସମୟରେ ଭୋକିଲା ଲୋକଙ୍କୁ ଖାଦ୍ୟ ଦେବା ପାଇଁ ଜିଲ୍ଲା ସଭାପତି କମ୍ୟୁନିଟି କିଚେନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରତ୍ୟେକ ଦିନ ବରଗଡ଼ ନଗରେ ପ୍ରାୟ ୫୦୦ ଲୋକଙ୍କୁ ଖାଦ୍ୟ ପ୍ରଦାନ କରିବାର ଯୋଜନା ରଖାଯାଇଛି । ଅଧିକ ପଢନ୍ତୁ...

the-bjps-community-kitchen-started-in-bargarh
ବରଗଡରେ ଆରମ୍ଭ ହେଲା ବିଜେପିର କମ୍ୟୁନିଟି କିଚେନ ଅଭିଯାନ

By

Published : Apr 1, 2020, 11:47 PM IST

ବରଗଡ: ବରଗଡରେ ଆରମ୍ଭ ହେଲା ବିଜେପିର କମ୍ୟୁନିଟି କିଚେନ। ଲକଡାଉନ ସମୟରେ ବରଗଡ଼ ବିଜେପି ପକ୍ଷରୁ ଭୋକିଲା ଲୋକଙ୍କୁ ଖାଦ୍ୟ ଦେବା ପାଇଁ ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟାରେ କମ୍ୟୁନିଟି କିଚେନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରତ୍ୟେକ ଦିନ ବରଗଡ଼ ନଗରେ ପ୍ରାୟ ୫୦୦ ଲୋକଙ୍କୁ ଖାଦ୍ୟ ପ୍ରଦାନ କରିବାର ଯୋଜନା ରଖାଯାଇଛି ।

ବରଗଡରେ ଆରମ୍ଭ ହେଲା ବିଜେପିର କମ୍ୟୁନିଟି କିଚେନ ଅଭିଯାନ

ବରଗଡ଼ ସାଂସଦ ସୁରେଶ ପୂଜାରୀ ବିଜେପିର କମ୍ୟୁନିଟି କିଚେନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ବରଗଡର ବିଭିନ୍ନ ସ୍ଥାନରେ ରହିଥିବା ଗରିବ ପରିବାରଙ୍କୁ ଖାଦ୍ୟ ବଣ୍ଟନ କରାଯିବ | ପୋଲିସ ବିଭାଗର ସହାୟତାରେ ସମସ୍ତ ଅଞ୍ଚଳକୁ ଏହି କମ୍ୟୁନିଟି କିଚେନ ପହଞ୍ଚିବ ଏବଂ ଅସହାୟମାନଙ୍କୁ ସହାୟତାର ହାତ ବଢାଇବ | ଏହି ଅବସରରେ ବରଗଡ଼ ଜିଲ୍ଲାର ବ୍ୟବସାୟୀ ଜୟ ପ୍ରକାଶ ଲାଠ ଓ ଶ୍ରବଣ ଲାଠ ୨ ଲକ୍ଷ ୫୧ ହଜାର ଟଙ୍କା , ଅନିଲ ଅଗ୍ରୱାଲ ୬୧ ହଜାର ଟଙ୍କା ଓ ବସନ୍ତ ଅଗ୍ରୱାଲ ୬୧ ହଜାର ଟଙ୍କାର ଚେକ 'ପିଏମ କେୟାର ପାଣ୍ଠି'କୁ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଜରିଆରେ ସହାୟତା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭରେ ବିଜେପି ନଗର ସଭାପତି ସୁବ୍ରତ ହୋତା, ସୁରେଶ୍ଵର ଶତପଥୀ, ଅଶୋକ ପଣ୍ଡା , ସଂଜୀବ ମହାପାତ୍ର ,ରବିନାରାୟଣ ଦାଶ, ପ୍ରୀତମ ସିଂ, ସୁକାନ୍ତ ଦାଶ, ବିଜୟ ଦାସ, ସନ୍ତୋଷ ଅଗ୍ରୱାଲ, ମନୋଜ ଅଗ୍ରୱାଲ, ବିଷ୍ଣୁ ଅଗ୍ରୱାଲ, ବ୍ରହ୍ମା ମହାକୁର, ଟିକୁ ବେହେରା ,ଯୁଧିଷ୍ଠିର ମେହେର, ଦେବେଶ ଶତପଥୀ, ଅଭିଜିତ ପାଳ , ପରୀକ୍ଷିତ ଛତର ପ୍ରମୁଖ ଉପସ୍ଥିତ ଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details