ଓଡିଶା

odisha

ETV Bharat / state

ରାଇସ ମିଲରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ୍ୟପାନ ସନ୍ଦେହ

ରାଇସ ମିଲରେ 30 ବର୍ଷୀୟା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ବିଷାକ୍ତ ମଦ୍ୟପାନ ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ । ଅଧିକ ପଢନ୍ତୁ...

Suspicious death of woman at baragarh Rice Mill
ରାଇସ ମିଲରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ ଘଟୁଥିବା ସନ୍ଦେହ

By

Published : Jan 3, 2021, 10:15 PM IST

ବରଗଡ: ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଥଳ୍ଲା ନିକଟରେ ସ୍ଥିତ ଶ୍ରୀ ଶ୍ୟାମ ରାଇସ ମିଲରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତକ ଜଣକ ସୁନ୍ଦରଗଡ ପିତାଗାଁର 30 ବର୍ଷୟା ଫୁଲମନୀ କାଣ୍ଡୁଳାନା ଏବଂ ସେ ଉକ୍ତ ରାଇସ ମିଲରେ ଶ୍ରମିକ ଭାବେ କାମ କରୁଥିବା ଜଣାପଡିଛି । ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ବିଷାକ୍ତ ମଦ କାରଣରୁ ମୃତ୍ୟୁ ଘଟିଥିବା ନେଇ ସନ୍ଦେହ କରାଯାଉଥିବା ବ୍ୟବଚ୍ଛେଦକାରୀ ଡାକ୍ତର ଜଣାଇଛନ୍ତି ।

ରାଇସ ମିଲରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ ଘଟୁଥିବା ସନ୍ଦେହ

ସୂଚନା ଅନୁଯାୟୀ, ଫୁଲମନୀ ପରିବାର ପୋଷଣ ପାଇଁ ନିଜ ପରିବାରକୁ ଛାଡି ବରଗଡ ଶ୍ରୀ ଶ୍ୟାମ ରାଇସ ମିଲରେ ଗତ 3 ବର୍ଷ ଧରି କାମ କରିଆସୁଥିଲେ । ଗତ 31 ତାରିଖ ରାତିରେ ସେ ନିଜ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ଘରକୁ ଫେରିବେ ବୋଲି କହିଥିଲେ । ମାତ୍ର 31 ତାରିଖ ପରଠାରୁ ତାଙ୍କର ଆଉ କୌଣସି ଫୋନ ଯାଇନଥିଲା ଘରକୁ । ରବିବାର ପୋଲିସ ଠାରୁ ଖବର ପାଇ ବରଗଡକୁ ତାଙ୍କ ପରିବାର ଲୋକେ ଆସିବା ପରେ ମହିଳାଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ ।

ମୃତକଙ୍କ ପରିବାର ଲୋକେ ଏହି ଘଟଣାକୁ ନେଇ ସଦର ଥାନାରେ ଏତଲା ଦେଇଛନ୍ତି । ତେବେ ନୂଆ ବର୍ଷ ପାଳନ ଅବସରରେ ମିଲ ମାଲିକ ସମସ୍ତ ଶ୍ରମିକଙ୍କୁ ମଦ ବାଣ୍ଟିଥିଲେ ଏବଂ ଏହି ମଦ ପିଇ ମହିଳାଙ୍କ ମୃତ୍ୟୁ ଘଟିଥିବା ପୋଲିସ ଅନୁମାନ କରୁଛି । ଅନ୍ୟପଟେ ମୃତ ମହିଳାଙ୍କ ପାଦ ଓ ହାତରେ କିଏ ଆଉ କେଉଁ କାରଣରୁ ହଳଦୀ ଲଗାଇଛି ସେନେଇ ମୃତକଙ୍କ ପରିବାର ଲେକେ ସନ୍ଦେହ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details