ଓଡିଶା

odisha

ETV Bharat / state

ଯୋଜନାବଦ୍ଧ ହତ୍ୟାକାଣ୍ଡରେ ପଦ୍ମପୁର ପୋଲିସକୁ ସଫଳତା, 3 ଅଭିଯୁକ୍ତ ଗିରଫ - ବରଗଡ ଅପରାଧ ଖବର

ପଦ୍ମପୁର ଥାନା ସତିଭଟା ଛକ ନିକଟସ୍ଥ ଫରେଷ୍ଟ ଅଫିସ ନିକଟରେ ଗତ 15 ତାରିଖ ରାତି ପ୍ରାୟ 11ଟା ସମୟରେ ହୋଇଥିବା ଯୋଜନାବଦ୍ଧ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପଦ୍ମପୁର ପୋଲିସ । ଯୋଜନାବଦ୍ଧ ଭାବେ ହୋଇଥିବା ଏହି ହତ୍ୟାକାଣ୍ଡରେ ପଦ୍ମପୁର ପୋଲିସ ଶନିବାର 3 ଜଣଙ୍କୁ କୋର୍ଟ ଚାଲାଣ କରିଛି ।

bargarh latest news, planned murder in bargarh, crime news in bargarh, success to padmapur police, ବରଗଡ ଲାଟେଷ୍ଟ ନ୍ୟୁଜ୍‌, ବରଗଡରେ ଯୋଜନାବଦ୍ଧ ହତ୍ୟାକାଣ୍ଡ, ବରଗଡ ଅପରାଧ ଖବର, ପଦ୍ମପୁର ପୋଲିସକୁ ସଫଳତା
ଯୋଜନାବଦ୍ଧ ହତ୍ୟାକାଣ୍ଡରେ ପଦ୍ମପୁର ପୋଲିସକୁ ସଫଳତା, 3 ଅଭିଯୁକ୍ତ ଗିରଫ

By

Published : Jul 19, 2020, 1:24 AM IST

ବରଗଡ: ପଦ୍ମପୁର ଥାନା ସତିଭଟା ଛକ ନିକଟସ୍ଥ ଫରେଷ୍ଟ ଅଫିସ ନିକଟରେ ଗତ 15 ତାରିଖ ରାତି ପ୍ରାୟ 11ଟା ସମୟରେ ହୋଇଥିବା ଯୋଜନାବଦ୍ଧ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପଦ୍ମପୁର ପୋଲିସ । ଯୋଜନାବଦ୍ଧ ଭାବେ ହୋଇଥିବା ଏହି ହତ୍ୟାକାଣ୍ଡରେ ପଦ୍ମପୁର ପୋଲିସ ଶନିବାର 3 ଜଣଙ୍କୁ କୋର୍ଟ ଚାଲାଣ କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପୋଲିସ କହିଛି କି ଗତ 15 ତାରିଖ ରାତିରେ ପିକଅପ ଭ୍ୟାନ ସାହାଯ୍ୟରେ ବାଇକକୁ ଧକ୍କା ଦେଇ ଜାଣିଶୁଣି ଦୁର୍ଘଟଣା ଘଟାଯାଇଛି ।

ଯୋଜନାବଦ୍ଧ ହତ୍ୟାକାଣ୍ଡରେ ପଦ୍ମପୁର ପୋଲିସକୁ ସଫଳତା, 3 ଅଭିଯୁକ୍ତ ଗିରଫ

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖୁଣ୍ଟପାଲି ଗ୍ରାମର ସୁବାଷ ନାଗ, ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଦୁଇଟି ବାଇକ ଯୋଗେ ପଦ୍ମପୁର ଥାନାରୁ ଅଭିଯୁକ୍ତ ବିନୋଦ କୁମାର ସାହା,ବିକାଶ ସାହା, ଭକଲୁ ବରିହାଙ୍କ ନାମରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଫେରୁଥିଲେ । ଏହି ସମୟରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତ ପଦ୍ମପର ମାଷ୍ଟର କଲୋନୀଠାରେ ଏକ ପିକଅପ ଭ୍ୟାନରେ ତାଙ୍କର ପିଛା କରିଥିଲେ ଏବଂ ସତିଭଟା ଛକସ୍ଥିତ ଫରେଷ୍ଟ ଅଫିସ ନିକଟରେ ପଛ ପଟୁ ଜୋରରେ ଧକ୍କା ଦେଇଥିଲେ ।

ଧକ୍କା ଦେଇ ତିନି ଅଭିଯୁକ୍ତ ସେଠାରୁ ଫେରାର ହୋଇଥିଲେ । ଏହି ପିକଅପ ଓ ବାଇକ ଧକ୍କା ହେବା ଦ୍ବାରା ମସ୍ତମୟ ନାଗ ଓ ରିଙ୍କୁ ନାଗ ଗୁରୁତର ଆହତ ହୋଇଥିଲେ । ଆହତ ଦ୍ବୟଙ୍କୁ ପଦ୍ମପୁରରୁ ବୁର୍ଲା ନେଉଥିବା ସମୟରେ ମସ୍ତମୟଙ୍କ ମୃତ୍ୟୁ ହୋଇଥିଲା । ଏନେଇ ସୁବାଷ ନାଗ ଓ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପଦ୍ମପୁର ଥାନା ପୋଲିସ 153/20 ନଂରେ ଏକ ମାମଲା ରୁଜୁ କରିଥିଲା । ଏହାପରେ ଅଭିଯୁକ୍ତମାନଙ୍କୁ ଖୋଜି ଗିରଫ କରିବା ସହ 341/294/506/509 ଧାରା ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details