ଓଡିଶା

odisha

ETV Bharat / state

ଉଠା ଦୋକାନୀଙ୍କୁ ହଟାଇଲା ପୋଲିସ ଓ ପୌରପରିଷଦ - ଜବର ଦଖଲ ଉଚ୍ଛେଦ

ପୋଲିସ ସାମନାରେ ଧନି, ଗରିବ ସମସ୍ତେ ସମାନ । କିନ୍ତୁ ବରଗଡ ପୋଲିସର କିଛି କାର୍ଯ୍ୟକଳାପ ପ୍ରତି ସୃଷ୍ଟି ହୋଇଛି ପ୍ରଶ୍ନ । ରାସ୍ତା ଉପରେ ଘର କିମ୍ବା ଦୋକାନ ନିର୍ମାଣ କଲେ ସେଥିପ୍ରତି ଦୃଷ୍ଟି ନଦେଇ ଉଠା ଦୋକାନୀଙ୍କୁ ହଟାଇବାରେ ବ୍ୟସ୍ତ ରହୁଛି ବରଗଡ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Jul 24, 2019, 8:55 PM IST

ବରଗଡ଼: ସହରରେ ପୌରପରିଷଦ ଏବଂ ପୋଲିସର ମିଳିତ ଉଦ୍ୟମରେ ଚାଲିଛି ଜବର ଦଖଲ ଉଚ୍ଛେଦ | ସହର ମଧ୍ୟରେ ରହିଥିବା ରାସ୍ତା କଡର ଉଠା ବେପାରୀ ଓ ଠେଲା ବିକ୍ରେତା ମାନଙ୍କୁ ହଟାଇବା ଅଭିଯାନ ଆରମ୍ଭ କରିଛି ବରଗଡ଼ ପୌରପରିଷଦ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି |

ବରଗଡ ପୌରପରିଷଦ ସମସ୍ତ ଠେଲା ତଥା ଉଠା ବେପାରୀ ମାନଙ୍କ ଠାରୁ ପ୍ରତିଦିନ ଟିକସ ଆଦାୟ କରୁଥିବା ବେଳେ ଟିକସ ବୃଦ୍ଧିକରିବା ପାଇଁ ଅଯଥାରେ ଗରିବ ଲୋକଙ୍କୁ ହଇରାଣ କରି ଭୟ ଦେଖାଉଛନ୍ତି । କିନ୍ତୁ ପ୍ରକୃତରେ ଯେଉଁମାନେ ରାସ୍ତା ଉପରକୁ ମାଡିଆସି ଘର ବା ଦୋକାନ ଗୃହ ତିଆରି କରିଛନ୍ତି ସେମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ସେପଟେ ରାସ୍ତା କଡରେ ବିକ୍ରି କରୁଥିବା ଗରିବ ଲୋକଙ୍କ ପ୍ରତି ଅତ୍ୟାଚାର କରାଯାଉଥିବା ଅଭିଯୋଗ ହୋଇଛି |

ଊିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ


ବରଗଡ ସହରରେ ଖୋଦ ପୌରପରିଷଦ ବେଆଇନ ଭାବରେ ବଡ ବଡ ମଲ ଓ କୋଠା ଘର ଗୁଡିକୁ ରାସ୍ତା କଡରେ ବିନା ପାର୍କିଂ ସୁବିଧାରେ ନିର୍ମାଣ ପାଇଁ ଅନୁମତି ଦେଇଥିବା ବେଳେ ଏବେ ଟ୍ରାଫିକ ସମସ୍ୟା ଧୀରେ ଧୀରେ ବଢି ଚାଲିଛି । ପୌରପରିଷଦର ଭୁଲକୁ ଲୁଚାଇବା ପାଇଁ ରାସ୍ତା କଡ଼ର ଗରିବ ବେପାରୀ ମାନଙ୍କ ପାଇଁ ସହରରେ ଟ୍ରାଫିକ ସମସ୍ୟା ବଢି ଚାଲିଛି ବୋଲି ତାଙ୍କ ମୁଣ୍ଡରେ ଦୋଷ ଲଦି ଦିଆଯାଉଛି | ଉଠା ବେପାରୀ ମାନଙ୍କ ପାଇଁ ମଧ୍ୟ ଥଇଥାନର ନିୟମ ରହିଥିବା ବେଳେ ବେଆଇନ ଭାବରେ ସେମାନଙ୍କୁ ବିନା ଥଇଥାନରେ ରାସ୍ତା କଡ଼ରୁ ହଟାଇବା ଆଇନର ଖୋଲା ଉଲଙ୍ଘନ ବୋଲି ସାଧାରଣଙ୍କ ଅଭିଯୋଗ ଆସିଛି |

ସହରର ରାସ୍ତା କଡରେ ହଜାର ହଜାର ଗରିବ ଲୋକେ ଦୁଇ ପଇସା ରୋଜଗାର କରି ତାଙ୍କ ପରିବାର ପୋଷଣ କରୁଥିବା ବେଳେ ପୋଲିସ ଓ ପୌରପରିଷଦର ଏପରି ମାନସିକତା ସମାଜରେ ଅପରାଧ ବଢାଇବାର ରାସ୍ତା ଖୋଲିଦେଉଛି | ତେଣୁ ପ୍ରଥମେ ସେହି ଉଠା ବେପାରୀ ମାନଙ୍କ ପାଇଁ ଅନ୍ୟ ବ୍ୟବସ୍ଥା କରି ତାଙ୍କୁ ଉଠାଇବା ନିହାତି ଆବଶ୍ୟକ ବୋଲି କହୁଛନ୍ତି ସାଧାରଣ ଲୋକେ |

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details