ଓଡିଶା

odisha

ETV Bharat / state

ମନ୍ଦିର କଡରେ ଚାଲିଥିଲା ବଜ୍ରକାପ୍ତା ତସ୍କରୀ, ମାଡିବସିଲା STF ଟିମ

ବରଗଡ ଭେଡେନ ରୋଡରେ(Bargarh Veden Road) ଚାଲିଥିଲା ବଜ୍ରକାପ୍ତା ତସ୍କରୀ(pangolin smuggling) । ଜୀବନ୍ତ ବଜ୍ରକାପ୍ତା ଡିଲ ଚାଲିଥିବା ବେଳେ STF ଟିମ ଚଢାଉ । ଜଣେ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ମନ୍ଦିର କଡରେ ଚାଲିଥିଲା ବଜ୍ରକାପ୍ତା ତସ୍କରୀ, ମାଡିବସିଲା STF ଟିମ
ମନ୍ଦିର କଡରେ ଚାଲିଥିଲା ବଜ୍ରକାପ୍ତା ତସ୍କରୀ, ମାଡିବସିଲା STF ଟିମ

By

Published : Jan 4, 2022, 12:48 PM IST

Updated : Jan 4, 2022, 1:12 PM IST

ବରଗଡ଼: ବରଗଡ ଭେଡେନ ରୋଡରେ(Bargarh Veden Road) ଚାଲିଥିଲା ବଜ୍ରକାପ୍ତା ତସ୍କରୀ(pangolin smuggling) । ଜୀବନ୍ତ ବଜ୍ରକାପ୍ତା ଧରି ଡିଲ କରୁଥିଲା ଅପରାଧୀ । ୭ କେଜି ୬୦୦ ଗ୍ରାମର ବଜ୍ରକାପ୍ତାକୁ ୪ ଲକ୍ଷରେ ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ ପହଞ୍ଚିଥିଲା STF ଟିମ। ତେବେ କିଣିବାକୁ ଆସିଥିବା ଅପରାଧୀ ଫେରାର ହୋଇଯାଇଥିବା ବେଳେ ଜୀବନ୍ତ ବଜ୍ରକାପ୍ତା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଟିମ ।

ମନ୍ଦିର କଡରେ ଚାଲିଥିଲା ବଜ୍ରକାପ୍ତା ତସ୍କରୀ, ମାଡିବସିଲା STF ଟିମ

ଅଭିଯୁକ୍ତ ନେଗିପାଲି କୁବେଡେଗାର ଜଗତ ଠେଲା ବୋଲି ଜଣାପଡିଛି। ତେବେ ୨୦୨୦ରୁ ଏଯାବତ ୨୨ଟି ବାଘ ଛାଲ , ୧୨ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ ଏବଂ ୯ ଜିବନ୍ତ ବଜ୍ରକାପ୍ତା ସହ ୧୫ କେଜି ବଜ୍ରକାପ୍ତା ଛାଲ ଜବତ କରିଛି STF । ଏଯାବତ ବନ୍ୟପ୍ରାଣି ତସ୍କରୀ ମାମଲାରେ ୫୨ ଜଣଙ୍କୁ ଗିରଫ କରିଛି STF ଟିମ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Jan 4, 2022, 1:12 PM IST

ABOUT THE AUTHOR

...view details