ଓଡିଶା

odisha

ETV Bharat / state

ବରଗଡରେ ଚାଲିଥିଲା ବଜ୍ରକାପ୍ତା ଚୋରାଚାଲାଣ, ମାଡିବସିଲା STF

ବରଗଡ ଘେଁସ ରେଞ୍ଜ ଅନ୍ତର୍ଗତ ଜାମପାଲି ରାସ୍ତାରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା STF, ଜଣେ ଗିରଫ । ଅଧିକ ପଢନ୍ତୁ....

By

Published : Nov 4, 2021, 11:41 AM IST

Updated : Nov 4, 2021, 11:49 AM IST

ବରଗଡ଼ ଘେଁସ ରେଞ୍ଜରେ  ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା STF, ଜଣେ ଗିରଫ
ବରଗଡ଼ ଘେଁସ ରେଞ୍ଜରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା STF, ଜଣେ ଗିରଫ

ବରଗଡ:ଚୋରାଚାଲାଣ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ଜଣେ ଗିରଫ । ଜିଲ୍ଲାର ଘେଁସ ରେଞ୍ଜ ଅନ୍ତର୍ଗତ ଜାମପାଲି ରାସ୍ତାରୁ ଗତକାଲି ସନ୍ଧ୍ୟା ସମୟରେ ସ୍ପେଶାଲ ଟାସ୍କଫୋର୍ସ (STF) ବଜ୍ରକାପ୍ତା ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଉଦ୍ଧାର ବଜ୍ରକାପ୍ତାର ଓଜନ 8 କେଜି 200 ଗ୍ରାମ ରହିଥିବା ସୂଚନା ମିଳିଛି । ତେବେ ବଜ୍ରକାପ୍ତାଟିକୁ ଜଙ୍ଗଲରୁ ଅଣାଯାଇ ଚୋରା ଚାଲାଣ କରାଯାଉଥିବା ସନ୍ଦେହରେ ଜଣେ ଯୁବକଙ୍କୁ ବନବିଭାଗ ଗିରଫ କରିଥିବା ସୂଚନା ମିଳିଛି ।

ବରଗଡରେ ଚାଲିଥିଲା ବଜ୍ରକାପ୍ତା ଚୋରାଚାଲାଣ, ମାଡିବସିଲା STF

ମିଳିଥିବା ସୂଚନାଅନୁଯାୟୀ, ଜିଲ୍ଲାର ଅମ୍ବାଭୋନା ଏବଂ ଭଟଲି ଜଙ୍ଗଲରୁ ଗତ କିଛିଦିନ ମଧ୍ୟରେ ଏପରି ବଜ୍ରକାପ୍ତା ଚୋରା ଚାଲାଣ ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବାବେଳେ ଏଥର ଘେଁସ ଜଙ୍ଗଲରୁ ବଜ୍ରକାପ୍ତା ମିଳିଥିବା ଜଣାପଡ଼ିଛି । ତେବେ ଗିରଫ ଯୁବକ ଜଣକ କେଉଁଠାରୁ ଉକ୍ତ ବଜ୍ରକାପ୍ତାକୁ ଆଣିଥିଲେ ଏବଂ କାହାକୁ ବିକ୍ରି କରିବାକୁ ଯାଉଥିଲେ ସେନେଇ ପଚରାଉଚୁରା କରି ବନବିଭାଗ ଅଧିକ ତଦନ୍ତ କରୁଥିବା ସୂଚନା ଜଣାପଡିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Nov 4, 2021, 11:49 AM IST

ABOUT THE AUTHOR

...view details