ବରଗଡ:ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ମହେନ୍ଦ୍ର ବଢେଇଙ୍କର ହୃଦଘାତରେ ଦେହାନ୍ତ । ଗତ ଦୁଇ ଦିନ ତଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ଗୁରୁବାର ରାତି 10ଟା ସମୟରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । 52 ବର୍ଷ ବୟସରେ ଆଖି ବୁଜିଛନ୍ତି ମହେନ୍ଦ୍ର ବଢେଇ । ଦୁଇଦିନ ତଳେ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ହୃଦ ବିଭାଗରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କର ଏକ ଅସ୍ତ୍ରୋପ୍ରଚାର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି ।
ହାର୍ଟ ବ୍ଲକେଜ ଥିବାରୁ ତାଙ୍କର 4ଗୋଟି ଷ୍ଟେନ ଲଗାଯାଇଥିଲା ଏବଂ ସେ ସୁସ୍ଥ ମଧ୍ୟ ଥିଲେ । ମାତ୍ର ଗୁରୁବାର ରାତିରେ ହଠାତ୍ ତାଙ୍କର ହୃଦଘାତ କାରଣରୁ ପରିଲୋକ ହୋଇଥିବା ସୂଚନା ମିଳିଛି । ପଦ୍ମପୁର ଅଞ୍ଚଳରେ ବିଜେଡିର ଜଣେ ଉତ୍ସର୍ଗୀକୃତ କର୍ମୀ ଭାବରେ ଲୋକଙ୍କ ସେବା କରି ଆସୁଥିଲେ ମହେନ୍ଦ୍ର । ସେ ଓଡିଶା ପଣ୍ୟାଗାର ନିଗମର ଅଧ୍ୟକ୍ଷ ତଥା ବିଜେଡି ଦଳର ମୁଖପାତ୍ର ଥିଲେ । ମହେନ୍ଦ୍ର ବଢ଼େଇଙ୍କ ଦେହାନ୍ତ ଖବର ଶୁଣି ପଦ୍ମପୁର ଅଞ୍ଚଳ ତଥା ସାରା ବରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି l
ଏହା ବି ପଢନ୍ତୁ...ଅସ୍ତ ହୋଇଗଲେ ଗଞ୍ଜାମ ରାଜନୀତିର ସୂର୍ଯ୍ୟ, ବିଭିନ୍ନ ମହଲରେ ଶୋକର ଛାୟା
ପଣ୍ୟାଗାର ନିଗମର ଅଧ୍ୟକ୍ଷଙ୍କ ବିୟୋଗ ବିଶେଷ କରି ବିଜେଡି ପାଇଁ ବଡ ଦୁଃଖର ଖବର । ଗତ 5 ଦିନରେ ବିଜେଡି ତାର ଦୁଇ ବରିଷ୍ଠ ନେତାଙ୍କୁ ହରାଇଛି । ପୂର୍ବତନ ବାଚସ୍ପତି ତଥା ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତର ୫ ଦିନ ମଧ୍ୟରେ ଆଉ ଜଣେ ବିଜେଡି ନେତା ତଥା ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ରଙ୍କ ଦେହାନ୍ତ ହୋଇଛି । ଜନସେବା ପାଇଁ ଚାକିରି ଛାଡ଼ି ଗତ ୨୦୨୨ ନଭେମ୍ବର ମାସ ୨୫ ତାରିଖରେ ମହେନ୍ଦ୍ର ବିଜେଡିରେ ସାମିଲ ହୋଇଥିଲେ । ORS ପଦବୀରୁ ଭିଆରଏସ ନେଇ ମହେନ୍ଦ୍ର ବିଜେଡିରେ ଯୋଗ ଦେଇଥିଲେ । ପଦ୍ମପୁର ନିର୍ବାଚନ ପୂର୍ବରୁ ସେ ବିଜେଡିରେ ସାମିଲ ହୋଇଥିଲେ ।
ମହେନ୍ଦ୍ର କୁମାର ବଢ଼େଇଙ୍କୁ ବିଜେଡି ମୁଖପାତ୍ର ଭାବେ ନିଯୁକ୍ତ କରିଥିଲା । ପଦ୍ମପୁରରେ ବିଜେଡି ଟିକେଟ ଆଶାୟୀ ଥିବା ଚର୍ଚ୍ଚା ହେଉଥିଲା କିନ୍ତୁ ପଦ୍ମପୁର ଉପନିର୍ବାଚନ ସମୟରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ସେ ଗାଁ ଗାଁ ବୁଲି ଭୋଟ ମାଗିଥିଲେ । ପରେ ମହେନ୍ଦ୍ରଙ୍କୁ ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଥିଲେ । ତାଙ୍କ ବିୟୋଗରେ ବିଜେଡିର ବହୁ ନେତା ଶୋକ ପ୍ରକାଶ କରିଛନ୍ତି । ଆଜି (ଶୁକ୍ରବାର) ପୂର୍ବାହ୍ନରେ ମହେନ୍ଦ୍ରଙ୍କ ମୃତଦେହକୁ ଶଙ୍ଖ ଭବନ ଅଣାଯିବ । ସେଠାରେ ଦଳୀୟ ନେତା ଓ କର୍ମୀ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।
ଇଟିଭି ଭାରତ, ଭୁବନେଶ୍ବର