ଓଡିଶା

odisha

By

Published : Jun 17, 2022, 10:50 PM IST

Updated : Jun 18, 2022, 4:41 PM IST

ETV Bharat / state

ଦାନ ମୃତ ଶରୀରର ପରିବହନ ସରକାର ନିଜେ କରନ୍ତୁ: ବରିଷ୍ଠ ସାମ୍ବାଦିକ ଅଶ୍ବିନୀ ଦର୍ଜୀ

ଘଟଣା ହେଉଛି ବରଗଡର ବିଶିଷ୍ଟ ସାମ୍ବାଦିକ ଅଶ୍ବିନୀ ଦର୍ଜୀ କ୍ୟାନସର ବିରୋଧରେ ଲଢି ବିଜୟୀ ହୋଇଛନ୍ତି । ସେ ନିଜ ଶରୀର ମେଡିକାଲ କଲେଜକୁ ଦାନ କରିବା ପାଇଁ ଆବେଦନ କରିଥିଲେ । ଯାହା ପଞ୍ଜୀକୃତ ହୋଇଛି । ଅଶ୍ବିନୀ ଦର୍ଜୀ ଏହି ନିଷ୍ପତ୍ତି ସମାଜ ପାଇଁ ପ୍ରେରଣା ନିଶ୍ଚିତ ଭାବେ । ଅଧିକ ପଢନ୍ତୁ

ଦାନ ମୃତ ଶରୀରର ପରିବହନ ସରକାର ନିଜେ କରନ୍ତୁ
ଦାନ ମୃତ ଶରୀରର ପରିବହନ ସରକାର ନିଜେ କରନ୍ତୁ

ବରଗଡ: କଥାରେ ଅଛି ଡାକ୍ତର ହେଉଛନ୍ତି ଇଶ୍ବରଙ୍କ ଦ୍ବିତୀୟ ଅବତାର । ସେହି ଡାକ୍ତରଙ୍କ ସୃଷ୍ଟି ଓ ପ୍ରସ୍ତୁତି ପାଇଁ ଅନେକ କଠିନ ପରିଶ୍ରମ କରିବାକୁ ପଡିଥାଏ । ବିଭିନ୍ନ ଗବେଷଣା ପାଇଁ ଆବଶ୍ୟକ ହୋଇଥାଏ ମଣିଷ ଶରୀର । ହେଲେ ଗବେଷଣା ଲାଗି ସହଜରେ ମିଳିନଥାଏ ଏହି ମଣିଷ ଶରୀର । କିନ୍ତୁ ସମୟ ବଦଳିବା ସହ ବଦଳୁଛି ସମାଜର ଚିନ୍ତାଧାରା । ଶରୀରର ବିଭିନ୍ନ ଅଙ୍ଗଦାନ ପାଇଁ ଆଗ୍ରହୀ ହେଉଛନ୍ତି ସଚେତନ ନାଗରିକ । ଆଖି, ବୃକକ ଭଳି ମୁଲ୍ୟବାନ ଅଙ୍ଗ ପରେ ଏବେ ପୁରା ଶରୀର ଡାକ୍ତରୀ ଛାତ୍ରଙ୍କ ଗବେଷଣା ପାଇଁ ଦାନ କରିବାକୁ ଧୀରେ ଧୀରେ ବଢୁଛି ଆଗ୍ରହ । ଯାହାର ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ । ଜିଲ୍ଲାରେ ମାରାତ୍ମକ କର୍କଟର ଆକ୍ରାନ୍ତ ବହୁ ଲୋକ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିଶିଷ୍ଟ ସାମ୍ବାଦିକ ଅଶ୍ବିନୀ ଦର୍ଜୀ । ସଚେତନତା ସଠିକ ଚିକିତ୍ସା ଦୃଢଇଛା ଶକ୍ତି ଓ ଚିକିତ୍ସା ବିଜ୍ଞାନର ଅତ୍ୟାଧୁନିକ ଚିକିତ୍ସା ଫଳରେ ଅଶ୍ବିନୀ ବର୍ତ୍ତମାନ କ୍ୟାନସରକୁ ପରାସ୍ତ କରିପାରିଛନ୍ତି । ଯେଉଁ ଚିକିତ୍ସା ବିଜ୍ଞାନ ଓ ଡାକ୍ତର ମାନଙ୍କ ପାଇଁ ଆଜି ସେ ଏହି ବ୍ୟାଧି ବିରୋଧରେ ଲଢି ବିଜୟୀ ହୋଇପାରିଛନ୍ତି, ସେହି ଚିକିତ୍ସା ବିଜ୍ଞାନ ପାଇଁ ନିଜ ଅନ୍ତେ ଶରୀର ଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାସହ ଅନ୍ୟ କ୍ୟାନସର ସରଭାଇଭର ମାନଙ୍କୁ ମଧ୍ୟ ଅଙ୍ଗ ପ୍ରତ୍ୟେଙ୍ଗ ଓ ପୁରା ଶରୀର ଦାନ କରିବା ପାଇଁ ଅଶ୍ବିନୀ ଉତ୍ସାହିତ କରୁଛନ୍ତି ।

ହେଲେ ମୃତ୍ୟୁ ପରେ ଶରୀର ଦାନ କରିବା ମଧ୍ୟ ସହଜ ନୁହେଁ । ଏନେଇ ଏବେ ସାମ୍ନାକୁ ଆସିଛି ଏକ ବଡ ସମସ୍ୟା । ଯାହାକୁ ନେଇ ଏବେ ମୃତ ଶରୀର ଦାନ କରିବାକୁ ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତି ବିଶେଷ ସେମାନଙ୍କ ପ୍ରିୟ ପରିଜନଙ୍କୁ ଉତ୍ସାହିତ ବଦଳରେ କରିଛି ନିରୁତ୍ସାହିତ । ସମସ୍ୟା ହେଉଛି ମୃତ ଶରୀର ଦାନ କରୁଥିବା ଓ କରିବାକୁ ଚାହୁଁଥିବା ବ୍ୟକ୍ତିର ପରିବାର ନିଜ ଖର୍ଚ୍ଚରେ ମୃତ ଦେହ ଆଣି ଯେଉଁ ମେଡିକାଲକୁ ଦାନ କରିବେ ସେହି ମେଡିକାଲ କଲେଜରେ ପହଞ୍ଚାଇବାର ନିୟମ ରହିଛି । ଯାହା ଗ୍ରହଣୀୟ ନୁହେଁ ।

କାରଣ ବରଗଡର ବିଶିଷ୍ଟ ସାମ୍ବାଦିକ ଅଶ୍ବିନୀ ଦର୍ଜୀ କ୍ୟାନସର ବିରୋଧରେ ଲଢି ବିଜୟୀ ହୋଇଛନ୍ତି । ସେ ନିଜ ଶରୀର ମେଡିକାଲ କଲେଜକୁ ଦାନ କରିବା ପାଇଁ ଆବେଦନ କରିଥିଲେ । ଯାହା ପଞ୍ଜୀକୃତ ହୋଇଛି । ଅଶ୍ବିନୀ ଦର୍ଜୀଙ୍କ ଏହି ନିଷ୍ପତ୍ତି ସମାଜ ପାଇଁ ପ୍ରେରଣା ନିଶ୍ଚିତ ଭାବେ । ହେଲେ ଅଶ୍ବିନୀ କହିଛନ୍ତି, ‘ ସେ ପଞ୍ଜିକରଣ କଲା ପରେ ତାଙ୍କୁ ମେଡିକାଲ ପକ୍ଷରୁ କୁହାଗଲା ଯେ, ମୃତ୍ୟୁର ସୂଚନା ସଂପୃକ୍ତ ମେଡିକାଲ କଲେଜକୁ ଦେବାର ଦାୟିତ୍ବ ଉକ୍ତ ପରିବାରର । ଏହାସହ ମୃତ ଶରୀରକୁ ମେଡିକାଲରେ ପହଞ୍ଚାଇବାର ଦାୟିତ୍ବ ଆବଶ୍ୟକ ଖର୍ଚ୍ଚବି ପରିବାର ବହନ କରିବେ । ଜଣେ ବ୍ୟକ୍ତିର ମୃତ୍ୟୁ ହେଲେ ପରିବାରର ସ୍ଥିତି ସମ୍ପୂର୍ଣ୍ଣ ଦୋହଲିଯାଇଥାଏ । ଏହାସହ ସେହି ସମୟରେ କୌଣସି ପରିବାର ମୃତ ଶରୀରକୁ ମେଡିକାଲ କଲେକୁ ପଠାଇବାର ସମ୍ଭବ ମଧ୍ୟ ନଥାଏ । ଯାହା ଜଣେ ପରିବାର ପାଇଁ ଦୁଃଖ ଉପରେ ଆହୁରି ବୋଝ ।’

ଏନେଇ ଅଶ୍ବିନୀ ଦର୍ଜୀ ଆହୁରି କହିଛନ୍ତି ତାଙ୍କ ପରିବାର ଆର୍ଥିକ ସ୍ବଚ୍ଛଳ ଅଛି । ସରକାରଙ୍କ ଏହି ନିୟମ ପାଇଁ କୌଣସି ସମସ୍ୟା ନୁହେଁ । ହେଲେ ସମାଜରେ ଏମିତି ଅନେକ ପରିବାର ବ୍ୟକ୍ତି ବିଶେଷ ଅଛନ୍ତି, ଯେଉଁମାନେ ଆର୍ଥିକ ଭାବେ ସ୍ବଚ୍ଛଳ ନୁହଁନ୍ତି, କିନ୍ତୁ ଡାକ୍ତରୀ ଶିକ୍ଷା ପାଇଁ ମୃତ ଶରୀର ଦାନ କରିବାକୁ ଚାହୁଁଛନ୍ତି । ଭବିଷ୍ୟତରେ ମଧ୍ୟ କେହି କରିବେ । ଏପରି ସ୍ଥଳେ ସରକାର ଓ ମେଡିକାଲ କଲେଜ ଗୁଡିକର ଏହି ନିୟମ ସେହି ପରିବାର ପାଇଁ ନିଶ୍ଚିତ ପୀଡାଦାୟକ ହେବ । ଯଦ୍ବାରା ମେଡିକାଲ କଲେଜକୁ ମୃତ ଶରୀର ଦାନ ଆଗ୍ରହ କମିବ ।

ଅଶ୍ବିନୀ ଦାବି କରିଛନ୍ତି, ‘ମୃତ ଶରୀର ଦାନ କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ତାଙ୍କ ମୃତ୍ୟୁ ପରେ ଯଦି ମେଡିକାଲ କଲେଜ ପକ୍ଷରୁ, ସେହି ବ୍ୟକ୍ତିଙ୍କ ଘରୁ ମେଡିକାଲ କଲେଜକୁ ନେବାର ବ୍ୟବସ୍ଥା କରିବାକୁ । କାରଣ ଯଦି ଜଣେ ମୃତ ବ୍ୟକ୍ତିଙ୍କ ଶରୀର ମେଡିକାଲ କଲେଜ ସସମ୍ମାନେ ପରିବାର ଠାରୁ ଗ୍ରହଣ କରି ନିଜ ଖର୍ଚ୍ଚରେ ନେବାର ବ୍ୟବସ୍ଥା କରିବ ଏହା ସେହି ପରିବାର ଓ ମୃତ୍ୟ ବ୍ୟକ୍ତିଙ୍କ ପାଇଁ ମଧ୍ୟ ସମ୍ମାନ ହେବ । ଏହାସହ ଆର୍ଥିକ ଦୃଷ୍ଟିରୁ ମଧ୍ୟ ସେହି ପରିବାର ଉପରେ ବୋଝ ପଡିବ ନାହିଁ । ଅଶ୍ବିନୀ କହିଛନ୍ତି ଅତିକମରେ ମୃତଦେହ ପରିବହନ କରିବା ଦାୟିତ୍ବ ସରକାର ଓ ମେଡିକାଲ କଲେଜ ନିଜେ ନିଅନ୍ତୁ । ଏହା ହେଲେ ସମାଜର ଅନେକ ଲୋକ ମୃତ୍ୟୁ ପରେ ଶରୀର ଦାନ କରିବା ପାଇଁ ଉତ୍ସାହିତ ହେବେ ବୋଲି କହିଛନ୍ତି । ଅଶ୍ବିନୀ କହିଛନ୍ତି ବର୍ତ୍ତମାନ ଦେଶ ଓ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ କିନ୍ତୁ କୌଣସି ପ୍ରକାର ପରିବହନ ବ୍ୟବସ୍ଥା ପାଇଁ ସୁବିଧା ସୁଯୋଗ କି ସହାୟତା ଦେବା ପାଇଁ ମନା କରୁଛନ୍ତି ।

ଏହାକୁ ନେଇ କ୍ୟାନସର ବିଜେତା ଅଶ୍ବିନୀ ଦର୍ଜୀ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି । ଏହାସହ ସମସ୍ୟାର ସମାଧାନ ପାଇଁ ମଧ୍ୟ ଚିଠି ଲେଖିଛନ୍ତି ।

ଇଟିଭି ଭାରତ, ବରଗଡ

Last Updated : Jun 18, 2022, 4:41 PM IST

ABOUT THE AUTHOR

...view details