ବରଗଡ: ମହାମାରୀ ସମୟରେ ବିଭିନ୍ନ SSG ଗୁଡିକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଥିବା ବେଳେ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗେଇଦେବା ଆରମ୍ଭ କରି ଦେଇଛନ୍ତି । ତେବେ ଗୁରୁବାର ବରଗଡରେ ଧରିତ୍ରୀ ବ୍ଲକସ୍ତରୀୟ ମହାସଂଘ ତରଫରୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି ।
କୋରୋନା ମହାମାରୀ ସମୟରେ ସ୍ୱୟଂ ସହାୟକ ଗୁଡିକ ଆର୍ଥିକଭାବେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଓଡିଶା ସରକାରଙ୍କ ଦ୍ୱାରା ବ୍ଲକସ୍ତରୀୟ ମହାସଂଘକୁ 50 ଲକ୍ଷ ଟଙ୍କାର ଅନୁଦାନ ସହାୟତା ରାଶି ପ୍ରଦାନ କରାଯାଇଥିଲା ।