ଓଡିଶା

odisha

ETV Bharat / state

ବରଗଡ ଏସପି ଭାବେ ଦାୟିତ୍ବ ନେଲେ ଏସପି ପଦ୍ମିନୀ ସାହୁ

ଆଜି ବରଗଡ ଏସପି ଭାବେ ପଦ୍ମିନୀ ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବତନ ଏସପି ମୁକେଶ କୁମାର ଭାମୋ ଠାରୁ ପଦ୍ମିନୀ ସାହୁ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

By

Published : Aug 23, 2019, 11:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ଏସପି ସ୍ତରରେ ବଡଧରଣର ଅଦଳବଦଳ କରିଥିଲେ । 13ଟି ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ମିଳିଥିଲା । ଏହି କ୍ରମରେ ଆଜି ବରଗଡରେ ମହିଳା ଏସପି ଭାବେ ପଦ୍ମିନୀ ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବରୁ ମୁକେଶ କୁମାର ଭାମୋ ବରଗଡରେ ଏସପି ଥିଲେ । ଏବେ ତାଙ୍କର କୋରାପୁଟ ଜିଲ୍ଲାକୁ ବଦଳି ହୋଇଛି । ଆଜି ମୁକେଶ କୁମାର ଭାମୋ ନିଜର କାର୍ଯ୍ୟଭାର ନୂତନ ଏସପି ପଦ୍ମିନୀ ସାହୁଙ୍କୁ ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ପଦ୍ମିନୀ ସାହୁ କାର୍ଯ୍ୟଭାର ଗ୍ରହଣ କରିବା ପରେ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ତାଙ୍କୁ ସ୍ଵାଗତ ଜଣାଇଥିଲେ । ଏହା ପରେ ସେ ସମସ୍ତ ଅଧିକାରୀଙ୍କ ସହ ମିଟିଂ କରିଥିଲେ । ଜିଲ୍ଲାରେ ଅପରାଧ ନିୟନ୍ତ୍ରଣକୁ ଅତ୍ୟଧିକ ଗୁରୁତ୍ଵ ଦିଆଯିବା ସହ ଜନସାଧାରଣ କିପରି ସୁରକ୍ଷିତ ରହିବେ ତାହା ପ୍ରଥମ ପ୍ରାଥମିକତା ରହିବ ବୋଲି କହିଛନ୍ତି ନବନିଯୁକ୍ତ ଏସପି ପଦ୍ମିନୀ ସାହୁ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details