ବରଗଡ:ରାକ୍ଷସ ସାଜିଲା ପୁଅ । ଜମି ପାଇଁ ବାପାକୁ ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ପିପିଲିପାଲି ଗାଁରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ପଞ୍ଚାୟତ ପିପିଲିପାଲି ଗାଁର 62 ବର୍ଷିୟ ନାମ ପ୍ରଧାନ ଓ ପୁଅ ହରିଶ (୩୦)ଙ୍କ ମଧ୍ୟରେ ଜମିବାଡିକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା । ବାପା ନାମ ପ୍ରଧାନ ନିଜ ସ୍ତ୍ରୀକୁ ଛାଡି ଅନ୍ୟତ୍ର ବିବାହ କରିଥିବା ବେଳେ ଉଭୟ ବାପା ଓ ପୁଅ ମଧ୍ୟରେ ଜମିବାଡିକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା । ହେଲେ ଏହି ଗଣ୍ଡଗୋଳ ଆଜି ଉଗ୍ର ରୂପ ନେଇଥିଲା ।