ଓଡିଶା

odisha

ETV Bharat / state

ଗରିବଙ୍କ ଭୋକିଲା ପେଟର ସାଥୀ ସମାଜସେବୀ ଗୁଡ୍ଡି ରାଓ ଆଉ ନାହାଁନ୍ତି - Guddi Rao

ଗରିବଙ୍କୁ ଅନ୍ନ ଯୋଗାଉଥିବା ଗୁଡ୍ଡି ରାଓଙ୍କ ଆଜି ପରଲୋକ ହୋଇଛି । ଲକଡ଼ାଉନର ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଗୁଡ୍ଡି ରାଓ ନିଜ ଖର୍ଚ୍ଚରେ ପ୍ରତିଦିନ 400ରୁ ଅଧିକ ଗରିବ ଭୋକିଲାଙ୍କୁ ଖାଦ୍ଯ ଯୋଗେଇ ଦେଉଥିଲେ । ଅଧିକ ପଢନ୍ତୁ..

ଗରିବଙ୍କ ଭୋକିଲା ପେଟର ସାଥୀ ସମାଜସେବୀ ଗୁଡ୍ଡି ରାଓ ଆଉ ନାହାନ୍ତି
ଗରିବଙ୍କ ଭୋକିଲା ପେଟର ସାଥୀ ସମାଜସେବୀ ଗୁଡ୍ଡି ରାଓ ଆଉ ନାହାନ୍ତି

By

Published : Oct 6, 2020, 10:38 PM IST

ବରଗଡ: ଜିଲ୍ଲାର ବିଶିଷ୍ଠ ସମାଜସେବୀ ଗୁଡ୍ଡି ରାଓଙ୍କ ମଙ୍ଗଳବାର ଦେହାନ୍ତ ହୋଇଛି । ସମାଜସେବୀ ଗୁଡ୍ଡି ରାଓଙ୍କ ମୃତ୍ୟୁର ଖବର ପ୍ରଚାର ପରେ ବରଗଡରେ ଶୋକର ଛାୟା ଖେଳିଯାଇଥିଲା । ବରଗଡ ରେଲୱେ ଷ୍ଟେସନପଡା ବାସିନ୍ଦା ଗୁଡ୍ଡି ରାଓ ତାଙ୍କର ସମାଜସେବା କାମ ପାଇଁ ସାରା ରାଜ୍ୟ ତଥା ଦେଶରେ ନିଜର ନାମ କରିଥିଲେ । ଲକଡ଼ାଉନର ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଗୁଡ୍ଡି ରାଓ ନିଜ ଖର୍ଚ୍ଚରେ ପ୍ରତିଦିନ 400 ରୁ ଅଧିକ ଗରିବ ଭୋକିଲାଙ୍କୁ ଖାଦ୍ଯ ଯୋଗେଇ ଦେଉଥିଲେ ।

ଗରିବଙ୍କ ଭୋକିଲା ପେଟର ସାଥୀ ସମାଜସେବୀ ଗୁଡ୍ଡି ରାଓ ଆଉ ନାହାନ୍ତି


ବରଗଡ ରେଲୱେ ଷ୍ଟେସନ ଠାରେ ସାଇ ‘ଆହାର’ ନାମରେ ନିଶୁଳ୍କ ଖାଦ୍ୟ ବିତରଣ କେନ୍ଦ୍ର କରି ବହୁ ଗରିବ ଲୋକଙ୍କୁ ସେ ଖାଇବାକୁ ଅନ୍ନ ଯୋଗେଇଦେଇ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ । ଏ ନେଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ତାଙ୍କର ପ୍ରଶଂସା କରିଥିବା ବେଳେ ଦେଶର ବିଶିଷ୍ଟ କଳାକାର ଅମିତାଭ ବଚ୍ଚନ ମଧ୍ୟ ଗୁଡ୍ଡି ରାଓଙ୍କର ସମାଜସେବାରେ ଆକ୍ରୁଷ୍ଟ ହୋଇ ତାଙ୍କୁ ଫୋନ କରି ଶୁଭକାମନା ଜଣାଇଥିଲେ । ଗୁଡ୍ଡି ରାଓ ନିଜ ଖର୍ଚ୍ଚରେ ଏକ ଶ୍ମଶାନ ଘାଟର ନିର୍ମାଣ ମଧ୍ୟ କରିଥିଲେ । ଆଜି ସେହି ସମାଜସେବୀ ଗୁଡ୍ଡି ରାଓ ଆଉ ନାହାଁନ୍ତି । ସେ ଅସୁସ୍ଥ ଥିବାବେଳେ କଟକରେ ତାଙ୍କର ଚିକିତ୍ସା ଚାଲିଥିଲା ଏବଂ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details