ବରଗଡ:ଜିଲ୍ଲାରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଅନ୍ୟ 6ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଳା ବରଗଫଦ ଟାଉନ ପୋଲିସ । ଏହି ଗୁଳିକାଣ୍ଡ ଘଟଣାରେ ପୂର୍ବରୁ ଦୁଇ ଜଣ ଅପରାଧୀଙ୍କୁ ଗିରଫ କରିଥିବା ବେଳେ ଫେରାର ଥିବା ଅନ୍ୟ 6 ଜଣ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ତେବେ ଏହି ଗୁଳିକାଣ୍ଡ ଘଟଣାରେ ଆହୁରି ଅନେକ ଅପରାଧୀ ସାମିଲ ଥିବା ଅନୁମାନ କରାଯାଉଛି । ଗିରଫ ହୋଇଥିବା ଅପରାଧୀଙ୍କୁ ଜେରା କରିବା ପରେ ଘଟଣାରେ ସପୃକ୍ତ ସମସ୍ତଙ୍କୁ ପୋଲିସ ଉଠାଇବା ଆରମ୍ଭ କରିଦେଇଛି ।
ସୂଚନା ଅନୁଯାୟୀ ମାର୍ଚ୍ଚ 9 ତାରିଖ ରାତ୍ରି 9 ଟା ସମୟରେ ବରଗଡର ସରକାରୀ ବସଷ୍ଟାଣ୍ଡ ନିକଟରେ ଜଗନ୍ନାଥ କର୍ଣ୍ଣଙ୍କ ଉପରକୁ କିଛି ଦୁର୍ବୁତ୍ତ ଆସି ହଠାତ ଆକ୍ରମଣ କରିଥିଲେ । ତାଙ୍କ ଉପରକୁ 2 ରାଉଣ୍ଡ ଗୁଳି ଚଳାଇଥିଲେ । ଗୋଟେ ଗୁଳି ଜଗନ୍ନାଥଙ୍କ ଗୋଡରେ ବାଜିଥିବା ବେଳେ ଅନ୍ୟ ଗୁଳିଟି ତଳେ ପଡି ଯାଇଥିଲା । ଗୁଳି ମାରିବା ପରେ ମଧ୍ୟ ଆକ୍ରାମଣକାରୀ ମାନେ ଭୁଜାଲି ଓ କଟୁରିରେ ଜଗନ୍ନାଥଙ୍କୁ ଆକ୍ରମଣ କରିଥିଲେ । ଜଗନ୍ନାଥଙ୍କ ମୁଣ୍ଡରେ ଓ ହାତରେ ଗଭୀର ଆଘାତ ଲାଗିଥିବାବେଳେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯାଇଥିଲେ । ଆକ୍ରମଣକାରୀମାନେ ଫେରାର ହୋଇଯାଇଥିଲେ । ଆକ୍ରାମଣକାରୀମାନଙ୍କୁ ଜଗନ୍ନାଥ ଏବଂ ତାଙ୍କ ସାଥି ଚିହ୍ନିଥିବା ବେଳେ ପୂର୍ବ ଶତ୍ରୁତା କାରଣରୁ ଏହି ଆକ୍ରମଣ କରାଯାଇଛି ବୋଲି କହିଛନ୍ତି ଜଗନ୍ନାଥ । ସଙ୍ଗବଦ୍ଧ ଆକ୍ରମଣରେ ଗୁରୁତର ଆହତ ଥିବା ଜଗନ୍ନାଥ କର୍ଣ୍ଣଙ୍କୁ ଚିକିତ୍ସା ପାଇଁ ବରଗଡରୁ କଟକ ସ୍ତାନାନ୍ତରିତ କରାଯାଇଛି ।
ଏହା ବି ପଢନ୍ତୁ...ବିଚ୍ ରାସ୍ତାରେ ଯୁବକଙ୍କୁ ଆକ୍ରମଣ ଘଟଣାରେ 2 ଅପରାଧୀ ଗିରଫ