ଓଡିଶା

odisha

ETV Bharat / state

ବରପାଲି ଶୀତଳଷଷ୍ଠୀ ଯାତ୍ରାର ଥାଳଉଠା କାର୍ଯ୍ୟକ୍ରମ ଶେଷ - ବରପାଲିରେ ଶୀତଳଷଷ୍ଠୀ ଯାତ୍ରାର ଥାଳଉଠା କାର୍ଯ୍ୟକ୍ରମ ଶେଷ

ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଥାଳଉଠା କାର୍ଯ୍ୟକ୍ରମ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ

ବରପାଲି ୧୪୫ ତମ ଶୀତଳଷଷ୍ଠୀ ଯାତ୍ରାର ଥାଳଉଠା କାର୍ଯ୍ୟକ୍ରମ ଶେଷ
ବରପାଲି ୧୪୫ ତମ ଶୀତଳଷଷ୍ଠୀ ଯାତ୍ରାର ଥାଳଉଠା କାର୍ଯ୍ୟକ୍ରମ ଶେଷ

By

Published : May 3, 2022, 9:34 PM IST

ବରଗଡ଼:ଜିଲ୍ଲାର ପ୍ରସିଦ୍ଧ ବରପାଲି ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ଆୟୋଜିତ ହୋଇଯାଇଛି ମହାନ ୧୪୫ତମ ଶିବପାର୍ବତୀ ବିବାହ ମହୋତ୍ସବ । ଏହି ଉତ୍ସବରେ ଆଦ୍ୟପର୍ବ ଥାଳଉଠା ପର୍ବ ଓ ଭକ୍ତ ମାନଙ୍କ ବ୍ରତଧାରଣ କାର୍ଯ୍ୟକ୍ରମ ରୀତିନୀତି ମଧ୍ୟରେ ଆଜି(ମଙ୍ଗଳବାର) ସମାପନ ହୋଇଛି । ମଙ୍ଗଳବାର ପୂର୍ବାହ୍ନରେ ମନ୍ଦିର ପରିସରରେ ବିଧି ଅନୁସାରେ ମହାପ୍ରଭୁ କପିଳେଶ୍ବର ବାବାଙ୍କ ପୂଜାର୍ଚ୍ଚନା ଓ ରୁଦ୍ରାଭିଷେକ ହୋଇଥିଲା । ପଣ୍ଡିତ ହେମନ୍ତ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ।

ବରପାଲି ୧୪୫ ତମ ଶୀତଳଷଷ୍ଠୀ ଯାତ୍ରାର ଥାଳଉଠା କାର୍ଯ୍ୟକ୍ରମ ଶେଷ

ଅପରାହ୍ନରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପ୍ରତିବର୍ଷ ପରି ପରମ୍ପରା ଭିତ୍ତିକ ଭାବରେ ଯାତ୍ରା କମିଟି ବରପକ୍ଷ ଓ ଜଗନ୍ନାଥ ନଗର କନ୍ୟାପକ୍ଷ ଶୈବ ଭକ୍ତମଣ୍ଡଳୀ ସ୍ଥାନୀୟ ନୃପରାଜ କ୍ଲବ ପରିସରରୁ ଶୋଭାଯାତ୍ରା ବାହାରି ରାଜବାଟୀ ମିଶ୍ରପଡା ପଡ଼ା ହୋଇ ବାବା କପିଳେଶ୍ବର ଶିବମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ । ପରେ କପିଳେଶ୍ବର ବାବାଙ୍କ ପକ୍ଷରୁ ଯାତ୍ରା କମିଟି ଓ ପାର୍ବତୀ ମାତାଙ୍କ ପିତ୍ରୁଆଳୟରୁ ଆସିଥିବା ଜଗନ୍ନାଥ ନଗରବାସୀଙ୍କ ମଧ୍ୟରେ ପ୍ରଥା ଅନୁଯାୟୀ ବାବା ଓ ମାତାଙ୍କ ପୂଜାର୍ଜନା ହୋଇ ସମସ୍ତ ପାଳନୀୟ ରୀତିକାନ୍ତି କରାଯାଇଥିଲା ।

ପରେ ଦୂହିକୂଳଙ୍କୁ ନେଇ ଯାତ୍ରାର ଆଦ୍ୟପର୍ବ ଥାଳଉଠା କାର୍ଯ୍ୟକ୍ରମ ମନ୍ଦିରରେ କରାଯାଇଥିଲା । ଷଷ୍ଠୀ କମିଟି ସଭାପତି ଆନନ୍ଦ ବାବୁ ପୂଜାକର୍ତ୍ତା ରୂପେ ଦାୟିତ୍ବ ବହନ କରିଥିଲେ । ମନ୍ଦିର ପୂଜକ ମାନଙ୍କ ଦ୍ବାରା ଦେବନୀତି ପୂଜାର୍ଚ୍ଚନା କାର୍ଯ୍ୟ ଷଷ୍ଠୀ ବ୍ରତ ଧାରଣ କରିଥିଲେ । କନ୍ୟାପକ୍ଷରୁ ସମାପନ ପରେ ପଣ୍ଡିତଙ୍କ ଦ୍ବାରା ସଂକଳ୍ପଧାରୀ ଓ କନ୍ୟାପକ୍ଷରୁ କନ୍ୟା ପିତା ମଳୟ ତ୍ରିପାଠୀ ଓ କନ୍ୟା ସବିତା ତ୍ରିପାଠୀଙ୍କ ସହ ଯାତ୍ରା କମିଟି ଓ କନ୍ୟାପକ୍ଷର ଭକ୍ତମାନେ ସମାଗମ ହୋଇ ଆଶୀର୍ବାଦ ଭିକ୍ଷା କରିଥିଲେ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details