ବରଗଡ଼: ସ୍ଵାର୍ଥପର ଦୁନିଆରେ କିଏ ବା କାହାର । ଏଠି ବାହାର ଲୋକ ତ ଦୁରର କଥା ରକ୍ତ ସମ୍ପର୍କ ବି ବାଟବଣା ହେଉଛି । ତଥାପି ଏହି ସ୍ଵାର୍ଥ ସର୍ବସ୍ଵ ଦୁନିଆରେ ଏମିତି କିଛି ଲୋକ ଆଜିବି ଅଛନ୍ତି, ଯାହାଙ୍କ ନିସ୍ଵାର୍ଥପର ସେବା ଦୁନିଆରେ ମାନବିକତାକୁ ବଞ୍ଚାଇ ରଖିଛି । ଆମେ କହୁଛୁ ବରଗଡ ଜିଲ୍ଲା ସୋହେଲାର ଜଣେ ୭୬ ବୟସର ଡାକ୍ତରଙ୍କ କଥା । ଯିଏକି ଅବସର ନେବାପରେ ବି ଏଭଳି ପରିଣତ ବୟସରେ ଏକ କ୍ଲିନିକ ଖୋଲି ରୋଗୀ ସେବା କରୁଛନ୍ତି, ତାହା ପୁଣି ମାଗଣାରେ ।
ଇଏ ହେଉଛନ୍ତି ଡା. ଶିଶିର କୁମାର ସାହୁ । ଯିଏକି ଭଲ ଭାବରେ ଚାଲି ପାରୁ ନାହାଁନ୍ତି, କିନ୍ତୁ ଜାରି ରଖିଛନ୍ତି ରୋଗୀଙ୍କ ସେବା । ୨୦୦୨ ମାସିହାରେ ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ସେ ଅବସର ନେଇଥିଲେ । ଆଉ ସେବେଠୁ ସୋହେଲାଠାରେ ଏକ କ୍ଲିନିକ ଖୋଲି ଗରିବ ଶ୍ରେଣୀ ଲୋକଙ୍କୁ ବୀନା ପଇସାରେ ଚିକିତ୍ସାକରି ବେଶ ଚର୍ଚ୍ଚାକୁ ଆସିଛନ୍ତି ଡା. ସାହୁ । ସେହିପରି କେତେବେଳେ ରୋଗୀ ଦେଖିବା ବାବଦକୁ 10 ଟଙ୍କା ନେଇଥାନ୍ତି ତ କେତେବେଳେ ଗରିବ ରୋଗୀକୁ ବାଟଖର୍ଚ୍ଚ ଦେଇ ପ୍ରଶଂସା ସାଉଣ୍ଟୁଛନ୍ତି ଡାକ୍ତରବାବୁ ।