ବରଗଡ:ଧାନ କିଣବିକାରେ ସ୍ବୟଂ ସହାୟକ ଗୋଷ୍ଠୀକୁ ସାମିଲ କରିବାକୁ ଦାବି । ଏ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ଅଦ୍ୟାଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ।
ମହିଳାମାନଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାର ମହିଳାମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିଛନ୍ତି । ଚଳିତ ବର୍ଷ ପଞ୍ଚାୟତରେ ଧାନ କିଣାବିକାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଇଛି । ବରଗଡ ଜିଲ୍ଲା ରେମତା ମାର୍କେଟ ୟାର୍ଡରେ ଥିବା ଗୋଟିଏ ସ୍ବୟଂ ସହାୟକ ଗୋଷ୍ଠୀ ଧାନ ବିକାକିଣା କରୁଥିବାବେଳେ ଅନ୍ୟ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଏହି ସୁବିଧାରେ ସାମିଲ କରିବାକୁ ଦାବି ହୋଇଛି ।