ଓଡିଶା

odisha

ETV Bharat / state

ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ନେଇ ମହାଆନ୍ଦୋଳନ ଡାକରା - ବରଗଡ ଖବର

ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ଆସନ୍ତା ସେପ୍ଟେମ୍ବର 21ରେ ହେବ ମହାଆନ୍ଦୋଳନ । ମଙ୍ଗଳବାର କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀରେ ଏନେଇ ଘୋଷଣା କରାଯାଇଛି । ଉଲଗୁଲାନ ଯାତ୍ରା ନାମରେ କୋଶଳାଞ୍ଚଳରେ ଆସନ୍ତା ସେପ୍ଟେମ୍ବର 20 ତାରିଖ ପର୍ଯ୍ୟନ୍ତ ଜନ ସଚେତନତା କରାଯାଇ 21 ତାରିଖର ମହାବନ୍ଦ ପାଳନକୁ ସଫଳ କରାଯିବ ବୋଲି ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ବିଳନୀରେ କୁହାଯାଇଛି । ଅଧିକ ପଢନ୍ତୁ

ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି ନେଇ ମହାଆନ୍ଦୋଳନ ଡାକରା
ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି ନେଇ ମହାଆନ୍ଦୋଳନ ଡାକରା

By

Published : Aug 24, 2022, 7:22 AM IST

ବରଗଡ: ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ଆସନ୍ତା ସେପ୍ଟେମ୍ବର 21ରେ ହେବ ମହାଆନ୍ଦୋଳନ । ମଙ୍ଗଳବାର କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀରେ ଏନେଇ ଘୋଷଣା କରାଯାଇଛି । ଉଲଗୁଲାନ ଯାତ୍ରା ନାମରେ କୋସଳାଞ୍ଚଳରେ ଆସନ୍ତା ସେପ୍ଟେମ୍ବର 20 ତାରିଖ ପର୍ଯ୍ୟନ୍ତ ଜନ ସଚେତନତା କରାଯାଇ 21 ତାରିଖର ମହାବନ୍ଦ ପାଳନକୁ ସଫଳ କରାଯିବ ବୋଲି ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ବିଳନୀରେ କୁହାଯାଇଛି ।

ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି ନେଇ ମହାଆନ୍ଦୋଳନ ଡାକରା

ପଶ୍ଚିମ ଓଡିଶାକୁ ବାରମ୍ବାର ଅବହେଳିତ କରାଯାଉଥିବା ନେଇ ଦୀର୍ଘ ବର୍ଷରୁ ପଶ୍ଚିମ ଓଡିଶାବାସୀ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ ଦାବି କରିଆସିଛନ୍ତି । କିଛି ଦିନତଳେ ରାଜଧାନୀ ଭୁବନେଶ୍ୱର ଠାରେ କୋଶଳ ରାଜ୍ୟ ଦାବି ପାଇଁ ବ୍ୟାପକ ଆନ୍ଦୋଳନ କରାଯାଇଥିଲା । ସେହିପରି ପୁଣି ଥରେ ସେପ୍ଟେମ୍ବର 21 ତାରିଖରେ ମଧ୍ୟ ମହାଆନ୍ଦୋଳନର ଡାକରା ଦେଇଛି କୋଶଳ ରାଜ୍ୟ ସମନ୍ୱୟ ସମିତି । ଆଗକୁ ଏହି ଆନ୍ଦୋଳନ ଭୁବନେଶ୍ୱର ଓ ଦିଲ୍ଲୀରେ ଜୋରଦାର କରାଯିବ ବୋଲି ପ୍ରସ୍ତୁତି ଚାଲିଥିବା କୁହାଯାଇଥିଲା । ଏହି ସାମ୍ବାଦିକ ସମ୍ବିଳନୀରେ କୋଶଳ ରାଜ୍ୟ ସମନ୍ୱୟ ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁନୀଲ ପୁରୋହିତ, ମୁଖ୍ୟ ସଂଯୋଜକ ପ୍ରଶାନ୍ତ କୁମାର ମାଝୀ, କୋଶଳ ଯୁବ ସମନ୍ବୟ ସମିତିର ରାଜ୍ୟ ସଭାପତି ଅଜିତ କୁମାର ପତିଙ୍କ ସହିତ ଶ୍ୟାମ ସୁନ୍ଦର ଅଗ୍ରୱାଲ, ସୁରେନ୍ଦ୍ର ପଣ୍ଡା ଆଦି ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details