ଓଡିଶା

odisha

ETV Bharat / state

ବରଗଡରେ ଦ୍ଵିତୀୟ ସଂକ୍ରମିତ ଚିହ୍ନଟ, ସ୍ଥାନୀୟ ଅଞ୍ଚଳ ବଫର ଜୋନ ଘୋଷଣା - bargarh

ଜିଲ୍ଲାର ବରପାଲି ବ୍ଲକ ବାରଗୁଡା ଗ୍ରାମରେ ଦ୍ଵିତୀୟ କୋରୋନା ସଂକ୍ରମିତ ଚିହ୍ନଟ ହେବାପରେ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସମ୍ପୃକ୍ତ ଅଞ୍ଚଳକୁ ଅବରୋଧ ଅଞ୍ଚଳ ଭାବରେ ଘୋଷଣା କରିଛନ୍ତି । ସ୍ଥାନୀୟ ଅଞ୍ଚଲ ମଧ୍ୟ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

second covid 19 patient in bargarh, buffer zone declare
second covid 19 patient in bargarh

By

Published : May 28, 2020, 5:14 PM IST

ବରଗଡ:ଜିଲ୍ଲାର ବରପାଲି ବ୍ଲକ ବାରଗୁଡା ଗ୍ରାମରେ ଦ୍ଵିତୀୟ କୋରୋନା ସଂକ୍ରମିତ ଚିହ୍ନଟ ହେବାପରେ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସମ୍ପୃକ୍ତ ଅଞ୍ଚଳକୁ ଅବରୋଧ ଅଞ୍ଚଳ ଭାବରେ ଘୋଷଣା କରିଛନ୍ତି । ଆଖପାଖ ଗ୍ରାମ ଗୁଡିକୁ ବଫର ଜୋନ ଭାବରେ ମଧ୍ୟ ଘୋଷଣା କରାଯାଇଛି ।

ବରଗଡରେ ଦ୍ଵିତୀୟ ସଂକ୍ରମିତ ଚିହ୍ନଟ

ବାରଗୁଡା ସଙ୍ଗରୋଧ କେନ୍ଦ୍ରରେ ରହିଥିବା ମହାରାଷ୍ଟ୍ର ଫେରନ୍ତା ଜଣେ ବ୍ୟକ୍ତିର ସ୍ଵାବ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସତଲମା, ମହଦା ଓ ଖେମେସରା ଆଦି ଗ୍ରାମକୁ ବଫର ଜୋନ ଭାବରେ ଘୋଷଣା କରାଯାଇଛି ଏବଂ ପୋଲିସ ପ୍ରଶାସନ ସେହି ଅଞ୍ଚଳକୁ ନଜର ରଖିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଘର ଯାଇ ସର୍ଭେ ଚାଲିଛି । ସଂକ୍ରମିତ ଲୋକ କାହା କାହା ସହିତ କଣ୍ଟାକ୍ଟରେ ଆସିଛନ୍ତି ସେନେଇ ଟ୍ରେସିଙ୍ଗ ମଧ୍ୟ ଜାରିରହିଛି ।

ଅନ୍ୟପଟେ ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ରାଉରକେଲା କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ସୂଚନା ଅନୁଯାୟୀ ସଂକ୍ରମିତ ବ୍ୟକ୍ତି ଜଣକ ହଳଦୀପାଳି ଗ୍ରାମର ବାସିନ୍ଦା ହୋଇଥିବା ବେଳେ ଗତ 20 ତାରିଖରେ ମୁମ୍ବାଇରୁ ଫେରି ସେ ବାରଗୁଡା ପଞ୍ଚାଯତର ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ଗତକାଲି ତାଙ୍କର ରିପୋର୍ଟରେ ପଜିଟିଭ ଆସିଛି ମାତ୍ର ତାଙ୍କର କୌଣସି ପ୍ରକାରର ଲକ୍ଷଣ କିମ୍ବା କୌଣସି ସ୍ଵାସ୍ଥ୍ୟଗତ ଅସୁବିଧା ସେ ଅନୁଭବ କରୁନଥିବା ଜଣାପଡିଛି । ଅନ୍ୟପଟେ ବରଗଡ ଜିଲ୍ଲାପାଳ ଲୋକଙ୍କୁ ଭଯଭୀତ ନହେବା ପାଇଁ ଅନୁରୋଧ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details