ବରଗଡ: ବିଷଧର ସାପ କାମୁଡ଼ିବା ପରେ ଅବହେଳା କରିବା ମହଙ୍ଗା ପଡ଼ିଲା । ସାପ କାମୁଡ଼ିଥିବା ନିଜେ ଦେଖିବା ପରେ ମଧ୍ୟ ଡାକ୍ତରଖାନାକୁ ଯିବା ପରିବର୍ତ୍ତେ ଫୁଙ୍କାଝଡା ଅନ୍ଧବିଶ୍ୱାସରେ ପଡ଼ିବାରୁ ଶେଷରେ ୪୦ ବର୍ଷୀୟ ପିଅନ ବିଭୀଷଣ ବଗର୍ତ୍ତୀଙ୍କର ଜୀବନ ଚାଲିଯାଇଛି ।
ସୂଚନା ଅନୁଯାୟୀ, ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଧୁସରବାହାଲ ସେବାଶ୍ରମରେ ପିଅନ ଭାବେ କାର୍ଯ୍ୟରତ ବିଭୀଷଣ ବଗର୍ତ୍ତୀ । ସେ ଗତ ପାଞ୍ଚ ତାରିଖ ବିଳମ୍ବିତ ରାତିରେ ଶୋଇଥିବା ସମୟରେ ତାଙ୍କୁ ଏକ ଚିତି ସାପ କାମୁଡି ଦେଇଥିଲା । ତାଙ୍କ ହଠାତ ନିଦ ଭାଙ୍ଗିଯାଇଥିଲା ଏବଂ ସେ ସାପକୁ ମଧ୍ୟ ଦେଖିଥିଲେ ସୁଦ୍ଧା ସେତେଟା ତତ୍ପରତା ନଦେଖାଇ ତା’ ପରଦିନ ସକାଳୁ ଝଡାଫୁଙ୍କାରେ ସମୟ ବ୍ୟତୀତ କରିଥିଲେ ।