ଓଡିଶା

odisha

ETV Bharat / state

କୋରୋନା କଟକଣା ମଧ୍ୟରେ ଖୋଲିଲା ସ୍କୁଲ-କଲେଜ, ଉତ୍ସାହିତ ଛାତ୍ରଛାତ୍ରୀ - କୋରୋନା କଟକଣା ମଧ୍ୟରେ ଖୋଲିଲା ସ୍କୁଲ-କଲେଜ

ଦୀର୍ଘ 9 ମାସ ପରେ ଆଜି ଦଶମ ଓ ଦ୍ଵାଦଶ ଶ୍ରେଣୀର ସମସ୍ତ ସ୍କୁଲ ଓ କଲେଜ ଖୋଲିଥିଲା । ଅଧିକ ପଢନ୍ତୁ...

school-open-from-today-under-covid-19-guidelines
କୋରୋନା କଟକଣା ମଧ୍ୟରେ ଖୋଲିଲା ସ୍କୁଲ-କଲେଜ, ଉତ୍ସାହିତ ଛାତ୍ରଛାତ୍ରୀ

By

Published : Jan 8, 2021, 10:56 PM IST

ବରଗଡ: ମହାମାରୀ କୋରୋନା ପାଇଁ ଦୀର୍ଘ 9 ମାସ ହେଲା ବନ୍ଦ ଥିଲା ସମସ୍ତ ସ୍କୁଲ ଓ କଲେଜ । ତେବେ ଆଜି(ଶୁକ୍ରବାର) ଦଶମ ଓ ଦ୍ଵାଦଶ ଶ୍ରେଣୀର ସମସ୍ତ ସ୍କୁଲ ଓ କଲେଜ ଖୋଲିଥିଲା । ସମସ୍ତ ସ୍କୁଲ ଓ କଲେଜ ମାନଙ୍କରେ ସତର୍କତା ଅବଲମ୍ବନ କରାଯାଇ ବିନା ପ୍ରାର୍ଥନାରେ ଆଜି ସ୍କୁଲରେ ପ୍ରଥମ ଦିନ ପାଠ ପଢାଯାଇଥିଲା ।

କୋରୋନା କଟକଣା ମଧ୍ୟରେ ଖୋଲିଲା ସ୍କୁଲ-କଲେଜ, ଉତ୍ସାହିତ ଛାତ୍ରଛାତ୍ରୀ

ଅଭିଭାବକମାନଙ୍କର ସହମତିରେ ଆଜି ସ୍କୁଲ ଓ କଲେଜମାନଙ୍କୁ ପିଲାମାନେ ପାଠ ପଢିବାକୁ ପହଞ୍ଚିଥିଲେ । ଅଭିଭାବକ ଓ ଛାତ୍ର ଛାତ୍ରୀମାନଙ୍କ ମନରେ ସଂକ୍ରମଣର ଭୟ ରହିଥିଲେ ମଧ୍ୟ ଆଜି ପ୍ରଥମ ଦିନରେ ବହୁ ଛାତ୍ରଛାତ୍ରୀ ସ୍କୁଲମାନଙ୍କୁ ଆସି ପହଞ୍ଚିଥିଲେ ।

ଦୀର୍ଘ ମାସରୁ ସ୍କୁଲର ପାଦ ମାଡିନଥିବା ଛାତ୍ର ଛାତ୍ରୀମାନେ ଅନ୍ ଲାଇନ ବଦଳରେ ସ୍କୁଲରେ ସିଧାସଳଖ ପାଠପଢିବା ପାଇଁ କେତେ ଉତ୍ସାହିତ ଥିଲେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ମଧ୍ୟ ସେତେ ଉତ୍ସାହିତ ଦେଖାଦେଇଥିଲା । ତେବେ 100 ଦିନରେ ଦଶମ ଶ୍ରେଣୀର ପାଠ୍ୟକ୍ରମ ଶେଷ କରିବାର ଟାର୍ଗେଟ ରଖାଯାଇଥିବା ବେଳେ ଏହା କେତେ ଫଳପ୍ରଦ ହେଉଛି ଦେଖାଯାଉ ।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

ABOUT THE AUTHOR

...view details