ଓଡିଶା

odisha

ETV Bharat / state

କାର୍ଯ୍ୟରତ ସମ୍ବାଦିକଙ୍କୁ ଆକ୍ରମଣ ଓ ଅପହରଣ ପରେ ୫ ଲକ୍ଷ ମୁଣ୍ଡ ଜାମିନ ରଖିଲେ ସରପଞ୍ଚଙ୍କ ସ୍ଵାମୀ - Sarpanch's husband pays Rs 5 lakh bail

ଖବର ସଂଗ୍ରହ ବେଳେ କାର୍ଯ୍ୟରତ ସମ୍ବାଦିକଙ୍କୁ ମାଡମାରି ଅପହରଣ କରିନେଲେ ଏବଂ ସମ୍ବାଦିକଙ୍କୁ ଛାଡିବା ପାଇଁ ୫ ଲକ୍ଷ ଟଙ୍କା ଦାବି କରିଥିଲେ ସର୍ଗିପାଲି ଗ୍ରାମପଞ୍ଚାୟତର ମହିଳା ସରପଞ୍ଚଙ୍କ ସ୍ଵାମୀ ରାଜେଶ ବହିଦାର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କାର୍ଯ୍ୟରତ ସମ୍ବାଦିକଙ୍କୁ ଆକ୍ରମଣ ଓ ଅପହରଣ ମାମଲା
କାର୍ଯ୍ୟରତ ସମ୍ବାଦିକଙ୍କୁ ଆକ୍ରମଣ ଓ ଅପହରଣ ମାମଲା

By

Published : Apr 22, 2020, 10:10 PM IST

Updated : Apr 23, 2020, 10:32 AM IST

ବରଗଡ଼: ଖବର ସଂଗ୍ରହ ବେଳେ କାର୍ଯ୍ୟରତ ସମ୍ବାଦିକଙ୍କୁ ମାଡମାରି ଅପହରଣ କରିନେଲେ ଏବଂ ସମ୍ବାଦିକଙ୍କୁ ଛାଡିବା ପାଇଁ ୫ ଲକ୍ଷ ଟଙ୍କା ଦାବି କରିଥିଲେ ପରିବାର ଲୋକଙ୍କୁ । ଏପରି ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ସର୍ଗିପାଲି ପଞ୍ଚାୟତରେ । କୌଣସି କୁଖ୍ୟାତ ଅପରାଧୀ ବା ପେଷାଗତ ଅପହରଣ କର୍ତ୍ତା ନୁହେଁ ବରଂ ଖୋଦ ସର୍ଗିପାଲି ଗ୍ରାମପଞ୍ଚାୟତର ମହିଳା ସରପଞ୍ଚଙ୍କ ସ୍ଵାମୀ ରାଜେଶ ବହିଦାରଙ୍କ ନାଁରେ ଆସିଛି ଏପରି ଅଭିଯୋଗ ।

କାର୍ଯ୍ୟରତ ସମ୍ବାଦିକଙ୍କୁ ଆକ୍ରମଣ ଓ ଅପହରଣ ପରେ ୫ ଲକ୍ଷ ମୁଣ୍ଡ ଜାମିନ ରଖିଲେ ସରପଞ୍ଚଙ୍କ ସ୍ଵାମୀ

ଏହି ଘଟଣାକୁ ନେଇ ପଦ୍ମପୁର ଥାନାରେ ଆକ୍ରମଣକାରୀଙ୍କ ନାଁରେ ଏତଲା ଦିଆଯାଇଥିବା ବେଳେ ବୁଧବାର ଜିଲ୍ଲାର ବହୁ ସାମ୍ବାଦିକ ଓ କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ବରଗଡ଼ ଏସପିଙ୍କ ଠାରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଅପରାଧୀମାନଙ୍କୁ ଗିରଫ କରାନଗଲେ ଏହି ଘଟଣା ଆଗକୁ ଆନ୍ଦୋଳନର ରୂପ ନେବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସର୍ଗିପାଲି ପଞ୍ଚାୟତରେ ମନରେଗା ଯୋଜନାରେ ବେଆଇନ ଭାବେ ମେସିନ ସାହାଯ୍ୟରେ କାମ ଚାଲୁଥିବା ବେଳେ ଏହାର ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ସଞ୍ଜୀବ ମେହେରଙ୍କୁ ସରପଞ୍ଚଙ୍କ ସ୍ଵାମୀ ରାଜେଶ ବହିଦାର ଆକ୍ରମଣ କରି ଅପହରଣ କରିନେଇଥିଲେ । ଏହାସହ ୫ ଲକ୍ଷ ଟଙ୍କା ଦିଆନଗଲେ ତାଙ୍କୁ ହତ୍ୟା କରାଯିବାର ଧମକ ଦେବାରୁ ପରିବାର ଲୋକେ କିଛି ଅର୍ଥ ଦେଇ ସମ୍ବାଦିକଙ୍କୁ ମୁକୁଳାଇଥିଲେ ।

ତେବେ ଆତ୍ମଘୋଷିତ ସରପଞ୍ଚ ରାଜେଶ ବହିଦାର ସମ୍ବାଦିକଙ୍କ ମୋବାଇଲ ଲୁଟି ନେଇଥିବା ବେଳେ ଭୟ ଦେଖାଇ ତାଙ୍କ ଠାରୁ ସାଦା କାଗଜରେ ଦସ୍ତଖତ କରାଇନେଇଥିଲେ । ସେହି ଅଞ୍ଚଳକୁ ସମ୍ବାଦ ସଂଗ୍ରହ କରିବାକୁ ଆସିଲେ ପୁଣି ଏପରି ଦଶା ହେବ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ପୋଲିସ ପକ୍ଷରୁ ସନ୍ତୋଷ ଜନକ ପଦକ୍ଷେପ ନହେଲେ ଆଗାମୀ ଦିନରେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Apr 23, 2020, 10:32 AM IST

For All Latest Updates

TAGGED:

ABOUT THE AUTHOR

...view details