ଓଡିଶା

odisha

ETV Bharat / state

ସାର ନାହିଁ ତ ଭୋଟ ନାହିଁ - ସାର ନ ପାଇ ତାତିଲେ ଚାଷୀ

ସାର ନ ପାଇ ତାତିଲେ ଚାଷୀ । ଗାଁକୁ ନେତା ପ୍ରଚାର ପାଇଁ ଆସିଲେ ଗ୍ରାମବାସୀ ଏହାର ଜବାବ ଦେବେ ବୋଲି କହିଲେ ଅନ୍ନଦାତା । ଅଧିକ ପଢନ୍ତୁ

ସାର ନାହିଁ ତ ଭୋଟ ନାହିଁ
ସାର ନାହିଁ ତ ଭୋଟ ନାହିଁ

By

Published : Feb 10, 2022, 7:35 PM IST

ବରଗଡ : ବଜାରରେ ସାର ଅଭାବ ଯୋଗୁଁ ସାର ନ ପାଇ ତାତିଲେ ଚାଷୀ । କହିଲେ ସାର ନ ମିଳିଲେ ଭୋଟ ବର୍ଜନ କରିବୁ । ଏଭଳି ଚେତାବନୀ ଦେଇଛନ୍ତି ବରଗଡ ରୁହୁଣିଆ ଗାଁ ଅନେକ ଚାଷୀ ।

ସାର ନାହିଁ ତ ଭୋଟ ନାହିଁ

ସୂଚନା ଅନୁଯାୟୀ ଚାଷୀମାନେ ଧାନ ଚାଷ ପାଇଁ ବିଲରେ ପଲହା କାମ ସାରି ଦେଇଥିବାବେଳେ ବର୍ତମାନ ସମୟରେ ଅତି ଆବଶ୍ୟକ ଥିବା ଗ୍ରୋମୋର ଏବଂ DAP ସାର ବଜାରରେ ମିଳୁନାହିଁ । ଏନେଇ ବାରମ୍ବାର କୃଷି ଅଧିକାରୀଙ୍କ ନିକଟକୁ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏହି ସମସ୍ୟାର କୌଣସି ସମାଧାନ ହେଉନଥିବାରୁ ଆଜି ( ଗୁରୁବାର) ଜିଲ୍ଲା ମୁଖ୍ୟ କୃଷି ନିର୍ଦ୍ଦେଶକଙ୍କ ନିକଟକୁ ଆସି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ରୁହୁଣିଆ ଗ୍ରାମର ଚାଷୀ ।

ଏହାବି ପଢନ୍ତୁ :ଖଣ୍ଡଗିରି ମାଘ ମେଳା: ଜମୁଛି ସନ୍ଥଙ୍କ ଗହଳି, ମୁଖ୍ୟ ଆକର୍ଷଣ ଡାକ୍ତର ବାବା-ଷ୍ଟାଣ୍ଡିଙ୍ଗ ବାବା

ଯଦି ଏ ସାର ସମସ୍ୟାର ସମାଧାନ ବିଭାଗୀୟ ଅଧିକାରୀ ନ କରନ୍ତି । ତେବେ ଭୋଟ ବର୍ଜନ କରାଯିବ । ଏହାସହ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

ସାର କଳାବଜାରୀ କାରଣରୁ ଚାଷୀଙ୍କୁ ସାର ମିଳୁନାହିଁ । ଅନ୍ୟପଟେ ଦଳୀୟ ନେତାମାନେ ଚାଷୀଙ୍କ ସମସ୍ୟାକୁ ଅଣଦେଖା କରି ନିର୍ବାଚନ ପ୍ରଚାରରେ ମାତିଛନ୍ତି । ଯାହାର ପ୍ରତିବାଦ ଗାଁକୁ ନେତାମାନେ ପ୍ରଚାର ପାଇଁ ଆସିଲେ ନିଶ୍ଚୟ କରାଯିବ ବୋଲି କହିଛନ୍ତି ଚାଷୀ ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ABOUT THE AUTHOR

...view details