ଓଡିଶା

odisha

ETV Bharat / state

ଭାଙ୍ଗିଲା ଚାଷୀଙ୍କ ଧୈର୍ଯ୍ୟ; ଧାନ ବିକ୍ରିନହେବାରୁ ରାସ୍ତାରୋକ - ଚାଷୀଙ୍କ ରାସ୍ତାରୋକ ସହ ଆନ୍ଦୋଳନ

ବରଗଡ ଜିଲ୍ଲାର ବରତୁଣ୍ଡାରେ ଚାଷୀଙ୍କ ରାସ୍ତାରୋକ ସହ ଆନ୍ଦୋଳନ ଯୋଗୁଁ ଶୁକ୍ରବାର ସକାଳୁ ପାଇକମାଳ - ନୂଆପଡ଼ା ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଥିଲା । ଅଧିକ ଖବର ପଢନ୍ତୁ...

ଭାଙ୍ଗିଲା ଚାଷୀଙ୍କ ଧୈର୍ଯ୍ୟ; ଧାନ ବିକ୍ରିନହେବାରୁ ରାସ୍ତାରୋକ
ଭାଙ୍ଗିଲା ଚାଷୀଙ୍କ ଧୈର୍ଯ୍ୟ; ଧାନ ବିକ୍ରିନହେବାରୁ ରାସ୍ତାରୋକ

By

Published : Mar 7, 2020, 1:56 AM IST

ବରଗଡ: ଜିଲ୍ଲାର ବରତୁଣ୍ଡାରେ ଚାଷୀଙ୍କ ରାସ୍ତାରୋକ ସହ ଆନ୍ଦୋଳନ ଯୋଗୁଁ ଶୁକ୍ରବାର ସକାଳୁ ପାଇକମାଳ - ନୂଆପଡ଼ା ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଥିଲା | ବରତୁଣ୍ଡା ବଜାର ପ୍ରାଙ୍ଗଣ ଧାନମଣ୍ଡିରେ ଧାନ ବିକ୍ରି କରିପାରି ନ ଥିବାନେଇ ଚାଷୀ ମାନେ ରାସ୍ତା ରୋକ କରିଥିବା ବେଳେ ଚାଷୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲା ମାଣ୍ଡୋଶୀଳ ଆଞ୍ଚଳିକ କୃଷକ ସଂଗଠନ ।

ଭାଙ୍ଗିଲା ଚାଷୀଙ୍କ ଧୈର୍ଯ୍ୟ; ଧାନ ବିକ୍ରିନହେବାରୁ ରାସ୍ତାରୋକ

ପାଇକମାଳ ବ୍ଲକ ଅନ୍ତର୍ଗତ ଜାମସେଠ୍ ସମବାୟ ସମିତିର ବରତୁଣ୍ଡା ଧାନ ମଣ୍ଡିରେ ଚାଷୀ ମାନେ ଧାନ ବିକ୍ରି ପାଇଁ ଧାନ ପକାଇ ରଖିଥିଲେ । କିନ୍ତୁ ଟୋକନର ଅବ୍ୟବସ୍ଥା ଯୋଗୁଁ ଆଜି ପର୍ଯ୍ୟନ୍ତ ଚାଷୀ ମାନେ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଶେଷରେ ଚାଷୀ ମାନେ ରାସ୍ତାରୋକ ସହ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଥିଲେ । ଶେଷରେ ଆନ୍ଦୋଳନକାରୀଙ୍କ ନିକଟରେ ଉପଜିଲ୍ଲାପାଳ ପହଞ୍ଚିଥିଲେ ଏବଂ ନିର୍ଭର ପ୍ରତିଶ୍ରୁତି ଦେବାପରେ ଯାଇ ଚାଷୀ ଆନ୍ଦୋଳନରୁ ଓହରିଥିଲେ |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details