ଓଡିଶା

odisha

ETV Bharat / state

ଶୋଚନୀୟ ଅବସ୍ଥାରେ ଚିରୋଲି ଗାଁ ରାସ୍ତା, ଚୁପ ବସିଛି ପ୍ରଶାସନ - ବରଗଡ

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଆଜି ମଧ୍ୟ ଏପରି ଗ୍ରାମ ରହିଛି ଯେଉଁଠିକୁ ଗମନାଗମନ ପାଇଁ ଭଲ ରାସ୍ତା ଟିଏ ମଧ୍ୟ ନାହିଁ ।

ଶୋଚନୀୟ ଅବସ୍ଥାରେ ଚୀରୋଲି ଗାଁ ରାସ୍ତା

By

Published : Oct 9, 2019, 4:27 AM IST

Updated : Oct 9, 2019, 6:23 AM IST

ବରଗଡ: ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଆଜି ମଧ୍ୟ ଏପରି ଗାଁ ରହିଛି ଯେଉଁଠିକୁ ଗମନାଗମନ ପାଇଁ ଭଲ ରାସ୍ତାଟିଏ ମଧ୍ୟ ନାହିଁ । ଗ୍ରାମବାସୀ ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅଳ୍ପ ବର୍ଷା ହୋଇଗଲେ ସାଇକେଲ-ବାଇକ ତ ଦୂରର କଥା ଚାଲି ଚାଲି ଯାତାୟତ କରିବା କଷ୍ଟକର ହୋଇପଡ଼େ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବରଗଡ

ଜଗଦଲପୁର ଥାନା ଅନ୍ତର୍ଗତ ଚିରୋଲି ଗ୍ରାମରେ ପାଖାପାଖି ୨୦୦ ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଏଠାକାର ଗ୍ରାମବାସୀ ଶିକ୍ଷା, ସ୍ୱାସ୍ଥ୍ୟ ଓ ଖାଦ୍ୟପେୟ ପାଇଁ ପ୍ରତିଦିନ ଜଗଦଲପୁର ଉପରେ ନିର୍ଭର କରିଥାନ୍ତି । ପିଲାମାନେ ପାଠ ପଢିବା ପାଇଁ ଜଗଦଲପୁର ସ୍ଥିତ ବିଦ୍ୟାଳୟକୁ ଯାଇଥାନ୍ତି । ଚିକିତ୍ସା ପାଇଁ ଜଗଦଲପୁର ଡାକ୍ତରଖାନା ଉପରେ ନିର୍ଭର କରନ୍ତି ଏଠାକାର ଲୋକେ । କିନ୍ତୁ ଏହି ଗ୍ରାମକୁ ଥିବା ଏକମାତ୍ର ରାସ୍ତା ଅତି ଶୋଚନୀୟ ହୋଇ ପଡିଛି । ଏହି ଗ୍ରାମକୁ ଆମ୍ବୁଲାନ୍ସ ଗୋଟେ ଯିବାକୁ ମଧ୍ୟ ରାସ୍ତା ନାହିଁ । ଗର୍ଭବତୀ ମହିଳା ମାନଙ୍କୁ ଚିକିତ୍ସା ପାଇଁ ନେବା ଆଣିବା ବହୁ କଷ୍ଟକର ହୋଇପଡିଛି ।

ଅନ୍ୟପଟେ ସ୍କୁଲକୁ ଯିବା ପାଇଁ ପିଲାଙ୍କ ଇଚ୍ଛା ରହିଥିଲେ ମଧ୍ୟ ବର୍ଷା ଦିନରେ କାଦୁଅ ରାସ୍ତା ଦେଇ ପିଲା ସ୍କୁଲ ଯାଇ ପାରୁନାହାଁନ୍ତି । କିନ୍ତୁ ନା ଏଠାକାର ପ୍ରଶାସନ ଶୁଣୁଛି କାହାରି କଥା ନା ଶୁଣୁଛନ୍ତି ନେତା ଓ ମନ୍ତ୍ରୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Oct 9, 2019, 6:23 AM IST

ABOUT THE AUTHOR

...view details