ଓଡିଶା

odisha

ETV Bharat / state

ହଠାତ ବଢ଼ିଯାଇଛି ମହାନଦୀ ଜଳସ୍ତର, ବନ୍ୟା ଆଶଙ୍କାରେ ନଦିକୂଳିଆ ଗ୍ରାମବାସୀ - ବନ୍ୟା ଆଶଙ୍କାରେ ନଦିକୂଳିଆ ଗ୍ରାମବାସୀ

ଚଳିତ ବର୍ଷ ଠିକ ଭାବେ ବର୍ଷା ଆରମ୍ଭ ହୋଇନଥିବା ବେଳେ ହଠାତ ବଢ଼ିଯାଇଛି ମହାନଦୀ ଜଳସ୍ତର । ଛତିଶଗଡ ମହାନଦୀ ଉପରେ କରିଥିବା ବନ୍ଧରୁ ଏକା ଥରକେ ବିନା ସୂଚନାରେ ଏକାଧିକ ଗେଟ ଖୋଲିଦେଇଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ହଠାତ ବଢ଼ିଯାଇଛି ମହାନଦୀ ଜଳସ୍ତର
ହଠାତ ବଢ଼ିଯାଇଛି ମହାନଦୀ ଜଳସ୍ତର

By

Published : Jul 3, 2023, 9:13 PM IST

ହଠାତ ବଢ଼ିଯାଇଛି ମହାନଦୀ ଜଳସ୍ତର

ବରଗଡ଼: ଆରମ୍ଭ ହେଲାଣି ବର୍ଷା ଋତୁ । ହେଲେ ଚଳିତ ବର୍ଷ ଠିକ ଭାବେ ବର୍ଷା ଆରମ୍ଭ ମଧ୍ୟ ହୋଇନାହିଁ, ହେଲେ ମହାନଦୀରେ ବଢିବାରେ ଲାଗିଛି ଜଳସ୍ତର । ଲଗାତାର ପ୍ରବଳ ବର୍ଷା ହେଲେ ବରଗଡ଼ ଜିଲ୍ଲା ଆମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ଓ ଅନ୍ତରାଡି ପରି ଅନେକ ଗ୍ରାମକୁ ମହାନଦୀର ବନ୍ୟା ପାଣି ପସିଯାଇଥାଏ ଏବଂ ଲୋକଙ୍କର ବ୍ୟାପକ କ୍ଷତି ଘଟିଥାଏ । ମାତ୍ର ଚଳିତ ବର୍ଷ ପ୍ରଥମ ବର୍ଷାରୁ ହିଁ ମହାନଦୀରେ ଯେଉଁଭଳି ଭାବରେ ପାଣିର ସ୍ରୋତ ବଢିଚାଲିଛି, ସେଥିରେ ଭୟଭୀତ ହୋଇପଡିଛନ୍ତି ଅଞ୍ଚଳବାସୀ । ତେବେ ପଡୋଶୀ ଛତିଶଗଡ ରାଜ୍ୟରେ ମହାନଦୀ ଉପରେ କରାଯାଇଥିବା ବନ୍ଧରୁ ଏକା ଥରକେ ବିନା ସୂଚନାରେ ବହୁ ଗୁଡାଏ ଗେଟ ଖୋଲିଦିଆଯାଇ ପ୍ରଚୁର ପାଣି ଛାଡି ଦିଆଯାଇଥିବାରୁ ମହାନଦୀରେ ହଠାତ ପ୍ରବଳ ପାଣି ମାଡିଆସିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଅମ୍ବଭୋନା ବ୍ଲକ ଅନ୍ତର୍ଗତ ଚିଖିଲି, ମହୁଲପାଲି, ପଥରାସେନି, ଅନ୍ତରାଡି, ଘୁଗୂରାପାଲି ଆଦି ଗ୍ରାମ ଗୁଡିକ ମହାନଦୀ କୂଳରେ ରହିଛି । ଏହି ଗ୍ରାମରୁ କିଛି କିଲୋମିଟର ଦୂରରେ ରହିଛି ହୀରାକୁଦ ଜଳଭଣ୍ଡାର । ବର୍ଷା ଦିନେ ମହାନଦୀରୁ ଅଧିକ ପାଣି ମାଡିଆସିଲେ ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣି ଏହି ଗ୍ରାମ ଗୁଡ଼ିକୁ ପ୍ରବେଶ କରିଥାଏ । ପ୍ରତିବର୍ଷ ଏଭଳି ପରିସ୍ଥିତି ଦେଖିବାକୁ ମିଳିଥାଏ ଏହି ଗ୍ରାମ ଗୁଡ଼ିକରେ । ତେବେ ମହାନଦୀରେ ଜଳସ୍ତର ବୃଦ୍ଧି ହେବା ମାତ୍ରେ ଏଠାକାର ଲୋକଙ୍କ ମଧ୍ୟରେ ଭୟର ସଂଚାର ହୋଇଥାଏ । ତେବେ ଉପର ମୁଣ୍ଡରେ ଛତିଶଗଡ଼ ରାଜ୍ୟରେ ଆଉ ଏକ ନଦୀବନ୍ଧ ନିର୍ମାଣ ହେବାଦିନଠାରୁ ହଠାତ ମହାନଦୀରେ ପାଣିର ସ୍ରୋତ ବଢ଼ିଯାଉଛି । ଯାହା ସ୍ଥାନୀୟ ଲୋକଙ୍କୁ ଆହୁରି ଭୟଭୀତ କରିପକାଉଛି । ତେବେ ଚଳିତ ବର୍ଷ ମୌସୁମୀ ବର୍ଷା ଆରମ୍ଭ ମଧ୍ୟ ହୋଇନାହିଁ, କେବଳ ଲଘୁଚାପ ଜନିତ ଯେଉଁ ଦୁଇଦିନ ବର୍ଷା ହୋଇଛି ସେହି ବର୍ଷାରେ ମହାନଦୀରେ ପ୍ରବଳ ବେଗରେ ପାଣି ମାଡିଆସୁଥିବା ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି ।

ତେବେ ଯାହା ଜଣାପଡିଛି ଛତିଶଗଡ ଉପର ମୁଣ୍ତରେ ଅଧିକ ମାତ୍ରାରେ ବର୍ଷା ହେବା କାରଣରୁ ସେଠାରେ ମହାନଦୀରେ ହୋଇଥିବା ନଦୀବନ୍ଧରୁ ଅଧିକ ମାତ୍ରାରେ ପାଣି ନଦୀକୁ ଛାଡ଼ି ଦିଆଯାଇଥିବା କାରଣରୁ ମହାନଦୀରେ ହଠାତ ପାଣି ମାଡି ଆସିଛି । ଫଳରେ ଚିଖିଲି, ମହୁଲପାଲି, ପଥରାସେନି ଆଦି ଅଞ୍ଚଳରେ ଜଳସ୍ରୋତ ପ୍ରବାହିତ ହୋଇ ମହାନଦୀ ଜଳ ପତ୍ତନ ହଠାତ ବଢିବାରେ ଲାଗିଛି । ଯଦିଓ ବନ୍ୟା ପରି ପରିସ୍ଥିତି ହେବାର ଆଶଙ୍କା ନାହିଁ, ତଥାପି ମଧ୍ୟ ଯେଉଁ ଭାବରେ ନଦୀର ଜଳସ୍ରୋତ ବଢ଼ିଚାଲିଛି, ତାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ଛତିଶଗଡ଼ର ଉପରମୁଣ୍ଡ ଜଳସ୍ରୋତ ଆସି ପ୍ରତି ବର୍ଷ ଚିଖିଲି, ଅନ୍ତରାଡ଼ି, ଘୁଗୁରାପାଲି ବନ୍ୟା ଘେରରେ ରହିଥାନ୍ତି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଭୟ ପସିଛି ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details