ବରଗଡ:ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଭାବୁଥିଲେ ଲାଞ୍ଚ ନେଇ ଖସିଯିବେ ହେଲେ ଭିଜିଲାନ୍ସ ପଞ୍ଝାରେ ପଡିଗଲେ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦହିତା ରାଜସ୍ବ ନୀରିକ୍ଷକ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି । ୩୩୦୦ ଟଙ୍କା ଲାଞ୍ଚ ନେଉଥିଲେ ରାଜସ୍ବ ନୀରିକ୍ଷକ ଦାମୋଦର ସୁନା । ବରଗଡ଼ର ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦହିତାର ରାଜସ୍ୱ ନିରୀକ୍ଷକ ଦାମୋଦର ସୁନା 3300ଟଙ୍କା ଲାଞ୍ଚ ନେଉଥିବା ବେଳେ ହଠାତ ମାଡି ବସିଥିଲା ଭିଜିଲାନ୍ସ ବିଭାଗ । ମୁଣ୍ଡୋମହୁଲ ଗାଁରେ 11ଜଣଙ୍କ ଆବାସ ଘର ଗୁଡିକର 2 ଡ଼ିସିମିଲ ଲେଖାଏଁ ଜମିର ନକ୍ସା ପାଇଁ ପ୍ରତ୍ୟେକଙ୍କ ଠାରୁ 300 ଟଙ୍କା ଲେଖଏଁ ଦାବି କରିଥିଲେ ରାଜସ୍ବ ନୀରିକ୍ଷକ ଦାମୋଦର ସୁନା । ଏହାର ମଧ୍ୟସ୍ଥତା କରୁଥିଲେ ସମଦେବ ବଂଛୋର ନାମକ ଜଣେ ଯୁବକ ଯିଏ କି କାର୍ଯ୍ୟାଳୟର କୌଣସି ସରକାରୀ କର୍ମଚାରୀ ନୁହନ୍ତି । ତେବେ ଭିଜିଲାନ୍ସ ବିଭାଗକୁ ଏହି ବିଷୟରେ ଅଭିଯୋଗ ଆସିବା ପରେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ନକ୍ସା ପାଇଁ ଆବେଦନ କରିଥିବା 11ଜଣଙ୍କ ମଧ୍ୟରୁ ପ୍ରସନ୍ନ ବରିହା ନାମକ ବ୍ୟକ୍ତିଙ୍କୁ ରାସାୟନିକ ଲେପ ଦିଆଯାଇଥିବା ୩୩୦୦ ଟଙ୍କା ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିଲା ।
ଏହା ବି ପଢନ୍ତୁ...ଜମା କିଣାବିକା ପାଇଁ ଅନଲାଇନ ସ୍ଲଟ ବୁକିଂ ବାଧ୍ୟତାମୂଳକ