ଓଡିଶା

odisha

ETV Bharat / state

ପଦ୍ମଶ୍ରୀଙ୍କ ନାମରେ ଏତଲା ପରେ ପ୍ରତିକ୍ରିୟା ରଖିଲେ ହଳଧର

ମହାମାରୀ କୋରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଆଇନ ପ୍ରଣୟନ କରିଥିଲେ । ସେହି ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ଯଦି ଜଣେ କବିକୁ କାଠ ଗଡ଼ାରେ ଦୋଷୀ ହୋଇ ଛିଡା ହେବାକୁ ପଡୁଛି ତାହାହେଲେ ପ୍ରଧାନମନ୍ତ୍ରୀ ନିଜେ ତାଙ୍କୁ ଜମାନତରେ ନେବେ ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି ପଦ୍ମଶ୍ରୀ ହଳଧର ନାଗ ।

ପଦ୍ମଶ୍ରୀଙ୍କ ନାମରେ ଏତଲା ପରେ ପ୍ରତିକ୍ରିୟା ରଖିଲେ ହଳଧର
ପଦ୍ମଶ୍ରୀଙ୍କ ନାମରେ ଏତଲା ପରେ ପ୍ରତିକ୍ରିୟା ରଖିଲେ ହଳଧର

By

Published : Jul 4, 2020, 5:03 PM IST

ବରଗଡ଼: ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ଥାନାରେ ହୋଇଥିବା ଏତଲା ବିଷୟରେ ଶନିବାର ପ୍ରତିକ୍ରିୟା ରଖିଲେ ପଦ୍ମଶ୍ରୀ ହଳଧର ନାଗ । ମହାମାରୀ କୋରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇନ ପ୍ରଣୟନ କରିଥିଲେ ଏବଂ ସେହି ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ଯଦି ଜଣେ କବିକୁ କାଠ ଗଡ଼ାରେ ଦୋଷୀ ହୋଇ ଛିଡା ହେବାକୁ ପଡୁଛି ତାହାହେଲେ ପ୍ରଧାନମନ୍ତ୍ରୀ ନିଜେ ତାଙ୍କୁ ଜମାନତରେ ନେବେ ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି ପଦ୍ମଶ୍ରୀ ହଳଧର ନାଗ ।

ପଦ୍ମଶ୍ରୀଙ୍କ ନାମରେ ଏତଲା ପରେ ପ୍ରତିକ୍ରିୟା ରଖିଲେ ହଳଧର

ପଦ୍ମଶ୍ରୀ ଜଣାଇଛନ୍ତି ଯେ ତାଙ୍କ ନିଜ ଗାଁ ଘେଁସର ଆଇନଜୀବୀ କୁଞ୍ଜବିହାରୀ ସାହୁଙ୍କ ଝିଅ କିଛିଦିନ ତଳେ ଦିଲ୍ଲୀରୁ ଫେରି ଆସି ଗାଁରେ ଘରେ ରହିଥିଲେ । କୋଭିଡ଼ ନିୟମ ଅନୁସାରେ ଜିଲ୍ଲାପାଳ ପାୱାର ପାଇଥିବା ସ୍ଥାନୀୟ ସରପଞ୍ଚ କିମ୍ବା ବିଡ଼ିଓଙ୍କ ସହିତ ଯୋଗାଯୋଗ କରି ସମସ୍ତ ନିୟମକୁ ଅନୁସରଣ କରି ଘରେ କ୍ୱାରେଣ୍ଟାଇନରେ ରହିବା କଥା । ମାତ୍ର ସେ ତାହା କରିନଥିଲେ, ସ୍ଥାନୀୟ ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ତାଙ୍କ ଝିଅ ସହିତ ଭେଟିବାକୁ ମଧ୍ୟ ଦେଉନଥିଲେ । ତାଙ୍କ ଝିଅର ଜ୍ଵର ଥିବା ଗ୍ରାମବାସୀ ଖବର ପାଇବା ପରେ ଗ୍ରାମବାସୀ କବି ହଳଧର ନାଗଙ୍କ ନିକଟକୁ ଯାଇଥିଲେ । ପରେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ଏକତ୍ରିତ ହୋଇ ଆନ୍ଦୋଳନ କଲାପରେ ଓକିଲ କୁଞ୍ଜବିହାରୀ ସାହୁ ତାଙ୍କ ଝିଅକୁ କ୍ବାରେଣ୍ଟାଇନ ସେଣ୍ଟର ଠାରେ ରଖିଥିଲେ ।

ମାତ୍ର ଘଟଣାର ପରଦିନ ପଦ୍ମଶ୍ରୀ ହଳଧର ନାଗ ଏବଂ କିଛି ଗ୍ରାମବାସୀଙ୍କ ନାମରେ ଦୁର୍ବ୍ୟବହାର ଓ ଅପମାନ କରାଯାଇଥିବା ଅଭିଯୋଗ ନେଇ ଏତଲା ଦେଇଥିବା ଜଣାଇଛନ୍ତି ପଦ୍ମଶ୍ରୀ ନାଗ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ କୋରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଯଦି ପଦ୍ମଶ୍ରୀ କବି ହଳଧର ନାଗଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉଛି ଏବଂ ତାଙ୍କୁ କାଠ ଘଡ଼ାରେ ଛିଡା ହେବାକୁ ପଡୁଛି । ତାହାହେଲେ ଏଥିରୁ ନିନ୍ଦନୀୟ ଘଟଣା ଆଉ କଣ ହୋଇପାରେ । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜାମିନ ନେବାକୁ ଆସିବେ ବୋଲି କବି ହଳଧର ନାଗ ନିଜର ପ୍ରତିକ୍ରିୟାରେ କହିଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details