ବରଗଡ:ଆଉ ଦିନଟିଏ ପରେ ଆରମ୍ଭ ହେବାକୁ ଯାଉଛି ବରଗଡର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା । ଏଥିପାଇଁ ନିଆରା ଢଙ୍ଗରେ ଆରମ୍ଭ ହୋଇଯାଇଛି ଏହାର ପ୍ରଚାର କାର୍ଯ୍ୟକ୍ରମ । ଧନୁଯାତ୍ରା ପ୍ରଚାରପ୍ରସାର କମିଟି ପକ୍ଷରୁ ବରଗଡରେ ବିରାଟ ରଙ୍ଗୋଲି ପ୍ରତିଯୋଗିତା କାର୍ଯ୍ୟକ୍ରମର ଆୟୋଜିତ ହୋଇଥିବା ବେଳେ ଏଥିରେ 36ଟି ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କଳାକାରମାନେ ଭାଗ ନେଇଥିଲେ । ଅନ୍ୟପଟେ ରଙ୍ଗୋଲି ପାଇଁ କେବଳ ଧନୁଯାତ୍ରା ଉପରେ ଥିମ ରହିଥିବା ବେଳେ ସୁନ୍ଦରସୁନ୍ଦର ରଙ୍ଗୋଲିରେ ଭରିଯାଇଥିଲା ବରଗଡ଼ର ମୁଖ୍ୟ ରାସ୍ତା । ସ୍ଥାନୀୟ ମହିଳା ମହାବିଦ୍ୟାଳୟ ସମ୍ମୁଖରୁ ଗୌରପଡା ପର୍ଯ୍ୟନ୍ତ 500 ମିଟର ଯାଏଁ ଭିନ୍ନଭିନ୍ନ ଧରଣର ରଙ୍ଗୋଲି କରାଯାଇଥିଲା ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗି ରହିଥିଲା ।
ସେହିପରି ଧନୁଯାତ୍ରା ପ୍ରଚାରପ୍ରସାର କମିଟି ପକ୍ଷରୁ ବରଗଡରେ ଆୟୋଜିତ ରଙ୍ଗୋଲି ପ୍ରତିଯୋଗିତାରେ ଆଜି ବରଗଡର 370 ଜଣ ଛାତ୍ରଛାତ୍ରୀ ଓ କଳାକାର ନିଜର କଳା ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ । ଧନୁଯାତ୍ରା ପୂର୍ବରୁ ଏହାର ପ୍ରଚାର ପାଇଁ ବରଗଡ ମୁଖ୍ୟ ରାସ୍ତାରେ ପ୍ରାୟ 500 ମିଟର ପର୍ଯ୍ୟନ୍ତ ଧନୁଯାତ୍ରା ଉପରେ ଭଳିକି ଭଳି ରଙ୍ଗୋଲି ଦେଖିବାକୁ ମିଳିଥିଲା ।