ଓଡିଶା

odisha

ETV Bharat / state

‘ରଙ୍ଗବତୀ’ରେ ଦୁଲୁକିଲା ଦରବାର, ଖୁସି ହେଲେ କଂସ ମହାରାଜ - rangabati dance perform by bengal artist

ଜମିଲା କଂସ ଦରବାର । ନାଚଗୀତରେ ଝୁମିଲେ କଂସ ମହାରାଜ । କିନ୍ତୁ ସବୁ ନାଚଗୀତ ଠାରୁ ମହାରାଜାଙ୍କ ମନ ମୋହିଛି କଲିକତାରୁ ଆସିଥିବା କଳାକାରଙ୍କ ରଙ୍ଗବତୀ ଗୀତରେ ନାଚ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

RANGABATI DANCE
ରଙ୍ଗବତୀ ନାଚରେ ଦୁଲୁକିଲା କଂସ ଦରବାର

By

Published : Jan 2, 2020, 4:49 PM IST

ବରଗଡ: କଂସ ଦରବାରରେ ନାଚଗୀତର ଆସର । ସମ୍ବଲପୁର ପ୍ରସିଦ୍ଧ ରଙ୍ଗବତୀ ଗୀତରେ ତାଳେ ତାଳେ ନୃତ୍ୟ ପରିବେଷଣ କଲେ ବଙ୍ଗୀୟ କଳାକାର । କଳାକାରଙ୍କ ନୃତ୍ୟଗୀତ ମଥୁରା ନରେଶଙ୍କ ମନମୁଗ୍ଧ କରିଛି । ଆଉ ଖୁସିରେ ରାଜଦରବାରରେ କଳାକାରଙ୍କୁ ସମ୍ମାନିତ କରିଛନ୍ତି ମହାରାଜା କଂସ ।

ରଙ୍ଗବତୀ ନାଚରେ ଦୁଲୁକିଲା କଂସ ଦରବାର

ମଥୁରା ନରେଶ କଂସ ମହାରାଜଙ୍କର ମନୋରଞ୍ଜନ ପାଇଁ ରାଜ୍ୟ ତଥା ରାଜ୍ୟବାହାରୁ କଳାକାର ଆସି ପହଞ୍ଚିଥିଲେ । ମହାରାଜଙ୍କୁ ଖୁସି କରାଇବା ପାଇଁ ନିଜ ନିଜର ନୃତ୍ୟ ଗୀତର ପରିଦର୍ଶନ କରିଥିଲେ କିନ୍ତୁ କଂସ ମହାରାଜ କଲିକତା ରୁ ଆସିଥିବା କଳାକାର ମାନଙ୍କର ନାଚଗୀତ ଦେଖି ମୁଗ୍ଧ ହୋଇଥିଲେ । ଆଉ ଖୁସିରେ ଝୁମି ଉଠିଥିଲେ |

କଲିକତାରୁ ଆସିଥିବା ଏହି କଳାକାର ମାନେ ପ୍ରସିଦ୍ଧ ସମ୍ବଲପୁରୀ ରଙ୍ଗବତୀ ଗୀତକୁ ବଙ୍ଗାଳୀ ଭାଷାରେ ଅନୁବାଦ କରି ନିଜର ପାରମ୍ପରିକ ବେଶଭୂଷାରେ ନୂତନ ଶୈଳୀର ନୃତ୍ୟ ପ୍ରଦର୍ଶନ କରିଥିଲେ | ମଥୁରା ରାଜ୍ୟରେ ବାହାର ରାଜ୍ୟର କଳାକାର ମାନେ ରଙ୍ଗବତୀ ଗୀତକୁ ଏତେ ସୁନ୍ଦର ଭାବରେ ପ୍ରଦର୍ଶନ କରିଥିବାରୁ ଖୁସି ଜାହିର କରିଥିଲେ କଂସ ମହାରାଜା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details