ବରଗଡ:ଜିଲ୍ଲା ରେଲୱେ ଷ୍ଟେସନରୁ ୩୨ କେଜି ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କଲା ରେଲୱେ ପୋଲିସ । ଏକ ଇସ୍ପାତ ଟ୍ରେନରେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ବରଗଡ ରେଲୱେ ପୋଲିସ ଏହି ସବୁ ଗଞ୍ଜେଇ ଜବତ କରିଛି । ଗିରଫ ଗଞ୍ଜେଇ ବ୍ୟବସାୟୀ ଜଣଙ୍କ ବିହାରର ହୋଇଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲଣ କରିଥିବା ଜଣାପଡିଛି ।
ଇସ୍ପାତ ଟ୍ରେନରୁ ୩୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ - ବରଗଡ ରେଲୱେ ଷ୍ଟେସନ
ବରଗଡ ରେଲୱେ ଷ୍ଟେସନ ଇସ୍ପାତ ଟ୍ରେନରୁ ୩୨ କେଜି ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କଲା ରେଲୱେ ପୋଲିସ । ଅଧିକ ପଢନ୍ତୁ....
ଟ୍ରେନରୁ ୩୨କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ଟ୍ରେନରୁ ୩୨କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ସୂଚନା ଅନୁଯାୟୀ ଗତକାଲି ବରଗଡ ପ୍ଲାଟଫର୍ମରେ ଇସ୍ପାତ ଟ୍ରେନ ପହଞ୍ଚିବା ପରେ ରେଲୱେ ପୋଲିସ ଦ୍ଵାରା ଟ୍ରେନ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ସମୟରେ ଶୌଚାଳୟ ନିକଟରେ ଏକ ବସ୍ତା ପଡିଥିବାରୁ ପୋଲିସ ଏହାକୁ ସନ୍ଦେହ କରି ବସ୍ତା କାହାର ବୋଲି ପଚାରିବାରୁ ନିକଟରେ ଥିବା ଜଣେ ବ୍ୟକ୍ତି ପ୍ରଥମେ ଡରିଯାଇଥିଲେ । ଯାହାଫଳରେ ସେ ବିନା ଟିକେଟରେ ଯାତ୍ରା କରୁଥିବା ଜାଣି ପୋଲିସ ଯାଞ୍ଚ କରିଥିଲା । ଏହା ପରେ ଜବତ ଗଞ୍ଜେଇ ବସ୍ତା ଉକ୍ତ ବ୍ୟକ୍ତି ଜଣଙ୍କର ହୋଇଥିବା ଜଣା ପଡିବା ପରେ ପୋଲିସ ଗିରଫ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ