ପଦ୍ମପୁର/ବରଗଡ:ଆସନ୍ତାକାଲି ( ମଙ୍ଗଳବାର) 12 ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦେଲା ସ୍ଥାନୀୟ ବଣିକ ସଂଘ (Padampur Traders Union calls for 12 hour Padampur bandh ) । ଉଦ୍ଦେଶ୍ୟ ମୂଳକ ଭାବେ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଜିଏସଟି ଓ ଆୟକର ବିଭାଗର ରେଡର ପ୍ରତିବାଦରେ ବନ୍ଦ ଡାକରା ଦେଲା ବଣିକ ସଂଘ । ଏନେଇ ପଦ୍ମପୁର ବଣିକ ସଂଘ ସଭାପତି ପ୍ରତାପ ମିଶ୍ରଙ୍କ ସୂଚନା ।
ତେବେ ବନ୍ଦରେ କେବଳ ପଦ୍ମପୁର ବ୍ୟବସାୟୀ ସଂଘ ସାମିଲ ହେବେ । ସକାଳ 6 ଟାରୁ ସଂଧ୍ୟା 6 ଯାଏଁ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ବନ୍ଦରୁ ବାଦ ପଡିଛି । କେବଳ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବାକୁ ସଂଘ କହିଛି ।
ଏହାବି ପଢନ୍ତୁ- ନିର୍ବାଚନୀ ରଣନୀତି ନୁହେଁ ତ, ବ୍ୟବସାୟୀଙ୍କ ଘରେ ଆଇଟି ରେଡ କାହିଁକି ?
ସୂଚନାଯୋଗ୍ୟ ଯେ ଆଜି ଆୟକର ବିଭାଗ ପକ୍ଷରୁ 3 ପ୍ରତିଷ୍ଠିତ ବ୍ୟବସାୟୀ ତଥା ବିଜେଡି କର୍ମୀଙ୍କ ଘରେ ରେଡ କରାଯାଇଥିଲା । ହନୁମାନପଡାରେ ଥିବା ମହମ୍ମଦ ସାଜିଦ, ସାହୁପଡାରେ ଥିବା ମାନଭଞ୍ଜନ ସାହୁ ଏବଂ ଶାସ୍ତ୍ରୀ ଛକରେ ଥିବା ଗଜୁ ଅଗ୍ରୱାଲଙ୍କ ଘରେ ରେଡ କରିଥିଲା ଆଇଟି ବିଭାଗ । ଏହି 3 ବ୍ୟବସାୟୀ ଦିଂବଗତ ବିଧାୟକ ବିଜୟ ସିଂ ବରିହାଙ୍କ ଅନୁଗତ ଥିଲେ ବୋଲି ଚର୍ଚ୍ଚା ହେଉଥିଲା ।