ଓଡିଶା

odisha

ETV Bharat / state

ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣାରେ ଶ୍ରମିକ - ବିଜେପୁରବାସୀ

ଧାରଣାରେ ବସିଲେ ବରଗଡ଼ ଚିନି କାରଖାନା କର୍ମଚାରୀ । ମିଥ୍ୟା ଘୋଷଣା କରି ବିଜେପୁରବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ଅସନ୍ତୁଷ୍ଟ କାରଖାନା କର୍ମଚାରୀ ।

ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣାରେ ଶ୍ରମିକ

By

Published : Oct 15, 2019, 2:35 AM IST

ବରଗଡ: ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ବରଗଡ଼ ଚିନି କାରଖାନା କର୍ମଚାରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନି କାରଖାନା ପାଇଁ 11କୋଟି ଟଙ୍କାର ଘୋଷଣା କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ ଏବଂ ଏବେ ପୁଣି ମିଥ୍ୟା ଘୋଷଣା କରି ବିଜେପୁରବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ଅସନ୍ତୁଷ୍ଟ କାରଖାନା କର୍ମଚାରୀ ।

ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣାରେ ଶ୍ରମିକ

ବରଗଡ ଚିନି କାରଖାନା କର୍ମଚାରୀ 25 ମାସର ଦରମା ନପାଇ ତଳିତଳାନ୍ତ ହୋଇପଡିଥିବା ବେଳେ ଜିଲ୍ଲାର ଆଖୁ ଚାଷୀମାନଙ୍କ ମଧ୍ୟ ସମାନ ଦୁର୍ଦଶା ହୋଇପଡିଛି । ତେବେ ଡିସେମ୍ବର 2018 ମସିହାରୁ ଚିନି କାରଖାନା କର୍ମଚାରୀ ମାନେ ଦୀର୍ଘ 73 ଦିନ ଧରି ଆନ୍ଦୋଳନ ଜାରି ରଖିଥିଲେ କିନ୍ତୁ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଫେବୃଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସୋହେଲା ଇଛାପାଲି ଗସ୍ତରେ ଘୋଷଣା କରିଥିଲେ ଯେ ବରଗଡ଼ ଚିନି କାରଖାନାର ପୁନଃ ଉଦ୍ଧାର କରାଯିବା ସହ କର୍ମଚାରୀଙ୍କ ବକେୟା ଦରମା ପାଇଁ 11 କୋଟି ପ୍ରଦାନ କରାଯିବ । ହେଲେ ଆଜକୁ ଆଠ ମାସ ବିତିଯାଇଥିଲେ ମଧ୍ୟ ଚିନି କର୍ମଚାରୀଙ୍କ ସେହି ଅବସ୍ଥାରେ ରହିଛନ୍ତି ।

ତେବେ ବିଜେପୁର ଉପନିର୍ବାଚନର ପ୍ରଚାର ପ୍ରସାର ପାଇଁ ବହୁ ନେତା ଓ ମନ୍ତ୍ରୀ ଏହି ଅଞ୍ଚଳକୁ ଆସୁଥିବା ବେଳେ ଏବେ ପୁଣିଥରେ ଚିନି କର୍ମଚାରୀଙ୍କ ଏହି ଆନ୍ଦୋଳନ ମୁଣ୍ଡ ଟେକିଛି । ଏଥର କର୍ମଚାରୀଙ୍କ ଏହି ଆନ୍ଦୋଳନରେ ଜୟକିଷାନ ଆନ୍ଦୋଳ ସଙ୍ଗଠନ ଓ ଆମ ଆଦମୀ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details