ବରଗଡ: ବରଗଡ ମୁଖ୍ୟ ଡାକଘରକୁ ଘେରାବନ୍ଦୀ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବରହାଗୁଡା ଗ୍ରାମବାସୀ । ବରଗଡ ବ୍ଳକ ଅନ୍ତର୍ଗତ ବରାହଗୋଡାସ୍ଥିତ ଡାକଘରେ ଅର୍ଥ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡପ କରିଦିଆଯାଇଥିବା ଘଟଣାରେ ସୋମବାର ବରାହଗୋଡା ଗ୍ରାମବାସୀ ବରଗଡ ଥାନା ଛକ ସ୍ଥିତ ମୁଖ୍ୟ ଡାକଘର ସମ୍ମୁଖରେ ଧାରଣା ଦେଇଛନ୍ତି। ଏଥିସହ ଲକ୍ଷାଧିକ ଟଙ୍କା ହଡପ କରିଥିବା ଡାକ କର୍ମଚାରୀଙ୍କ ବିରୋଧରେ ବରଗଡ ଟାଉନ ଥାନାରେ ଏତଲା ଦେବା ସହ ଅପରାଧୀଙ୍କ ଗିରଫ ଦାବି କରିଛନ୍ତି ଗ୍ରାମବାସୀ |
ସୂଚନା ଅନୁଯାୟୀ, ଟାଉନ ଥାନା ଅନ୍ତର୍ଗତ ବାରହାଗୁଡ଼ା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ବହୁ ଚାଷୀ ସୁକନ୍ୟା ଯୋଜନା , ଆରଡି ଓ ସେଭିଙ୍ଗ ଖାତା ଖୋଲି ଅର୍ଥ ଜମା କରିଆସୁଥିଲେ । ମାତ୍ର ଜମାକାରୀଙ୍କ ଖାତାରେ ପୋଷ୍ଟ ଅଫିସର ଷ୍ଟାମ୍ପ ଓ ଜମା କରାଯାଇଥିବା ଅର୍ଥର ପରିମାଣ ଉଲ୍ଲେଖ କରାଯାଇଛି ।
କିନ୍ତୁ ଏହି ରାଶି ପୋଷ୍ଟ ଅଫିସରେ ଜମା ହୋଇନଥିବାରୁ ବହୁ ଜମାକାରୀ ତୋରା ପୋଷ୍ଟ ଅଫିସକୁ ଘେରାଉ କରିଥିଲେ | ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ସହକାରୀ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ରମେଶ ମଲ୍ଲିକ ହଡପ କରିଥିବା ଜାଣି ଲୋକେ ରମେଶକୁ ବରଗଡ ଟାଉନ ଥାନାରେ ଧରାଇଥିଲେ । ସେଠାରେ ସେ ୭ ଲକ୍ଷ ଟଙ୍କା ଉଠାଇ ନେଇଥିବା ସ୍ଵୀକାର କରିଥିଲେ |