ବରଗଡ:ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବରଗଡ ଜିଲ୍ଲା ଛାତ୍ର କଂଗ୍ରେସର ପ୍ରତିବାଦ । ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପ ନିକଟରେ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି ।
ତୈଳ ଦର ବୃଦ୍ଧି ପ୍ରତିବାଦରେ ବରଗଡରେ ବିକ୍ଷୋଭ ପ୍ରଦର୍ଶନ - ବରଗଡରେ ବିକ୍ଷୋଭ ପ୍ରଦର୍ଶନ
ବରଗଡର ବିଭିନ୍ନ ସ୍ଥାନରେ ଲାଗିଥିବା ମୋଦୀଙ୍କ ହୋଡିଂ ଚିରି ଫୋପାଡିଲେ ଛାତ୍ର କଂଗ୍ରେସ । ଅହେତୁକ ତୈଳ ଦର ପ୍ରତିବାଦରେ ଏପରି ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ....
ତୈଳ ଦର ବୃଦ୍ଧି ପ୍ରତିବାଦରେ ବରଗଡରେ ବିକ୍ଷୋଭ ପ୍ରଦର୍ଶନ
ତୈଳ ଦର ବୃଦ୍ଧି ପ୍ରତିବାଦରେ ବରଗଡରେ ବିକ୍ଷୋଭ ପ୍ରଦର୍ଶନ
ତେବେ ଦେଶରେ ଦେଶରେ ପୋଟ୍ରେଲ, ଡିଜେଲ ଏବଂ ଇନ୍ଧନ ଗ୍ୟାସର ଦରବୃଦ୍ଧିକୁ ନେଇ ରାଜ୍ୟ ଛାତ୍ର କଂଗ୍ରେସ ସାଭାପତିଙ୍କ ଆହ୍ଵାନ କ୍ରମେ ବରଗଡରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ପେଟ୍ରୋଲ ପମ୍ପରେ ଲାଗିଥିବା ନରେନ୍ଦ୍ର ମୋଦୀଙ୍କ ହୋଡିଂକୁ ଚିରି ଫୋପାଡି ଦେଇଛି ଛାତ୍ର କଂଗ୍ରେସ । ଯଦି ଏହି ସମସ୍ୟାର ସମାଧାନ ନ ହୁଏ ଆଗାମୀ ଦିନରେ ଛାତ୍ର କଂଗ୍ରେସ ରାଜରାସ୍ତା ଅବରୋଧ କରିବା ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପଧାନଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ
Last Updated : Feb 24, 2021, 10:40 PM IST