ଓଡିଶା

odisha

ETV Bharat / state

କପଡା ବଜାର ଖୋଲିବା ଅନୁମତିକୁ ବିରୋଧ, ଜିଲ୍ଲାପାଳଙ୍କୁ ଘେରିଲେ ଗ୍ରାମବାସୀ - bargarh during lockdown

ବରଗଡ ଅନ୍ତର୍ଗତ ପ୍ରସିଦ୍ଧ ବାଲିଜୁରୀ କପଡା ବଜାର ଖୋଲିବାକୁ ଅନୁମତି ଦେଇଛି ପ୍ରଶାସନ । ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି ନିକଟସ୍ଥ ଗ୍ରାସବାସୀ । ଅଧିକ ପଢନ୍ତୁ...

bargarh cloth market open
କପଡା ବଜାର ଖୋଲିବା ଅନୁମତିକୁ ବିରୋଧ, ଜିଲ୍ଲାପାଳଙ୍କୁ ଘେରିଲେ ଗ୍ରାମବାସୀ

By

Published : May 13, 2020, 11:04 PM IST

ବରଗଡ: କୋରୋନା ସଂକ୍ରମଣରୁ ବଞ୍ଚିବା ସହ ଗ୍ରୀନ ଜୋନରେ ବରଗଡ଼ । ଏଥିପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସହରରେ ଥିବା ମଲ ସହ ପ୍ରସିଦ୍ଧ ବାଲିଜୁରୀ କପଡା ବଜାରକୁ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ଏହାକୁ ବିରୋଧ କରି ନିକଟସ୍ଥ ବହୁ ଗ୍ରାମବାସୀ ବୁଧବାର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ।

କପଡା ବଜାର ଖୋଲିବା ଅନୁମତିକୁ ବିରୋଧ, ଜିଲ୍ଲାପାଳଙ୍କୁ ଘେରିଲେ ଗ୍ରାମବାସୀ

ବେହେରା ଓ ବାଲିଜୁରୀ ଗ୍ରାମର ବହୁ ଲୋକ ଆସି ଏହି ବିରାଟ କପଡା ବଜାରକୁ ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ଠାରେ ଦାବି ଜଣାଇଛନ୍ତି । ଏହି ବଜାରକୁ ଆଖପାଖ ଜିଲ୍ଲା ତଥା ପଡୋଶୀ ଛତିଶଗଡ଼ ରାଜ୍ୟରୁ ମଧ୍ୟ ବହୁ ବ୍ୟାପାରୀ ଆସୁଥିବା ବେଳେ ବାଲିଜୁରୀ ଏବଂ ବେହେରା ଗ୍ରାମର ପୋଖରୀକୁ ଗାଧୋଇବା ପାଇଁ ବ୍ୟବହାର କରୁଛନ୍ତି । ଯାହାଫଳରେ ସେଠାକାର ଲୋକଙ୍କୁ କୋରୋନା ମହାମାରୀ ସଂକ୍ରମଣ ଭୟ ଘାରିଛି ।

ଏଣୁ ଯଦି ବ୍ୟବସାୟ ଆରମ୍ଭ ହୁଏ ତେବେ ଏହି ଅଞ୍ଚଳରେ କୌଣସି ଲୋକଙ୍କୁ କୋରୋନା ହେଲେ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details